ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ହୋଇଯିବ ଅଧିକାଂଶ ମୋବାଇଲ ୱାଲେଟସ!
Khabar Odisha:Most-mobile-wallet-will-be-closed-by-March

ବେଙ୍ଗାଲୁରୁ, ଜାନୁଆରୀ ୦୮ (ଖବର ଓଡ଼ିଶା): ଦେଶରେ ଅଧିକାଂଶ ମୋବାଇଲ ୱାଲେଟସ ଆଗାମୀ ମାର୍ଚ୍ଚ ଶେଷ ଯାଏଁ ବନ୍ଦ ହୋଇଯାଇପାରେ। କାରଣ ସମସ୍ତ ଗ୍ରାହକଙ୍କ ଭେରିଫିକେଶନ ୨୦୧୯ ଫେବୃଆରୀ ପର୍ଯ୍ୟନ୍ତ ପୂରା ହୋଇପାରିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ଭେରିଫିକେଶନ ପାଇଁ ଏକ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଦେଇଥିଲେ । ପ୍ରିପେଡ ପେମେଣ୍ଟ ଇଷ୍ଟ୍ରୁ୍ୟମେଣ୍ଟ ଅର୍ଥାଥ ମୋବାଇଲ ୱାଲେଟକୁ ଆରବିଆଇ ୨୦୧୭ ଅକ୍ଟୋବରରେ ନିର୍ଦ୍ଦେଶ ଦେଇଥିଲେ ଯେ, ଆପଣଙ୍କ ଗ୍ରାହକ ମାର୍ଗଦର୍ଶନ ସଂପର୍କରେ ଅବଗତ ହୁଅନ୍ତୁ । 

ମୋବାଇଲ ୱାଲେଟ ଇଣ୍ଡଷ୍ଟ୍ରୀର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କଂପାନୀମାନେ ଏଯାଏଁ ନିଜର ସମୁଦାୟ ଗ୍ରାହକଙ୍କ ମାନଙ୍କ ମଧ୍ୟରୁ ସାମାନ୍ୟ ପରିମାଣର ଗ୍ରାହକଙ୍କ ସଂପର୍କରେ ତଥ୍ୟ ହାସଲ କରିଛନ୍ତି । ଅଧିକାଂଶ ଗ୍ରାହକ ସେମାନେ ଭେରିଫିକେଶନ କରି ନାହାନ୍ତି । ନୂଆଦିଲ୍ଲୀର ଜଣେ ପେମେଣ୍ଟ କମ୍ପାନୀର ବରିଷ୍ଠ ଅଧିକାରୀ କହିଛନ୍ତି, ଦେଶରେ ୯୫ ପ୍ରତିଶତରୁ ଅଧିକ ମୋବାଇଲ ୱାଲେଟ ମାର୍ଚ୍ଚ ଯାଏଁ ବନ୍ଦ ହୋଇଯାଇପାରେ । 

ପେମେଣ୍ଟ ଇଣ୍ଡଷ୍ଟ୍ରୀ ଆରବିଆଇ ଗାଇଡ଼ ଅନୁସାରେ କାମକରିବାକୁ ନେଇ ଚିନ୍ତାରେ ବୁଡ଼ି ରହିଛି । ଆଧାରକାର୍ଡ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ହେବା ପରେ ଆରବିଆଇ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା । କୋର୍ଟ ନିଜର ରାୟରେ କହିଥିଲେ ଯେ, ଘରୋଇ କମ୍ପାନୀମାନେ ଗ୍ରାହକଙ୍କୁ ପେପରଲେସ ଭେରିଫିକେଶନ ପାଇଁ ଧାର ଡାଟାବେଶର ବ୍ୟବହାର କରିପାରିବେ ନାହିଁ । 

 

  • Tags:

Subscribe

National International State Sports Entertainment