‘ମୋଦୀ କୁର୍ତ୍ତା-ଜ୍ୟାକେଟ’: ଯୁବଗୋଷ୍ଠୀଙ୍କୁ ଆକର୍ଷଣ କରୁଛି, ଦିନକୁ ୧୪୦୦ ଖଣ୍ଡ ବିକ୍ରି!
Khabar Odisha:Modi-kurta-jacket-combination-new-fashion-fad-among-youngsters

ନୂଆଦିଲ୍ଲୀ, ନଭେମ୍ବର ୦୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ଭାବରେ ନିଜକୁ ପ୍ରମାଣିତ କରିଛନ୍ତି। ମୋଦୀଙ୍କୁ ଯୁବଗୋଷ୍ଠୀ ଭଲ ପାଉଥିବାର ଜ୍ୱଳନ୍ତ ଉଦାହରଣ ହେଲା, ତାଙ୍କ ନାମରେ ବିକ୍ରି ହେଉଥିବା କୁର୍ତ୍ତା ଏବଂ ଜ୍ୟାକେଟ୍‌। ଜାତୀୟ ରାଜଧାନୀ ନୂଆଦିଲ୍ଲୀର କର୍ଣ୍ଣଟ ପେଲେସସ୍ଥିତ ଦୋକାନରେ ଚଳିତ ବର୍ଷ ଅକ୍ଟୋବରରେ ରେକର୍ଡ ସଂଖ୍ୟାରେ ମୋଦୀ ଜ୍ୟାକେଟ ଏବଂ କୁର୍ତ୍ତା ବିକ୍ରି ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ମାସରେ ମୋଟ ୧୪.୭୬ କୋଟି ଟଙ୍କାର ମୋଦୀ କୁର୍ତ୍ତା ଏବଂ ଜ୍ୟାକେଟ୍‌ ବିକ୍ରି ହୋଇଛି, ଯାହାକି ଗତ ବର୍ଷର ଅକ୍ଟୋବର ତୁଳନାରେ ୩୪.୭୧ ପ୍ରତିଶତ ଅଧିକ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖଦୀକୁ ଆପଣାଇବା ପାଇଁ ଆହ୍ଵାନ କରିଥିଲେ। ସ୍ୱଦେଶୀ ବସ୍ତ୍ରକୁ ନେଇ ଲୋକେ ସଚେତନ ହୋଇଛନ୍ତି। ବିଶେଷ ଭାବରେ ମୋଦୀଙ୍କ କୁର୍ତ୍ତା ଏବଂ ଜ୍ୟାକେଟ୍‌ ଯୁବଗୋଷ୍ଠୀକୁ ଆକର୍ଷଣ କରୁଛି। ଖଦୀ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଅବସରରେ କର୍ଣ୍ଣଟ ପେଲେସସ୍ଥିତ ନିଜର ଷ୍ଟୋରରେ ମୋଦୀ ଜ୍ୟାକେଟ ଏବଂ ମୋଦୀ କୁର୍ତ୍ତା ବିକ୍ରି ଆରମ୍ଭ ହୋଇଥିଲା। 

ଖଦୀ ଏବଂ ଗ୍ରାମୋଦ୍ୟଗ ଆୟୋଗ (କେଭିଆଇସି) ଅଧ୍ୟକ୍ଷ ବିକେ ସକସେନା କହିଛନ୍ତି, ଆମର ‘ମୋଦୀ କୁର୍ତ୍ତା-ଜ୍ୟାକେଟ’ ଦେଶର ଅନ୍ୟ ଷ୍ଟୋର ଗୁଡ଼ିକରେ ବିକ୍ରି କରାଯିବା ନେଇ ଯୋଜନା ଚାଲିଛି। ସେ କହିଛନ୍ତି, ଗତ ମାସରେ ମୋଟ ୧୪.୭୬ କୋଟି ଟଙ୍କାର ମୋଦୀ କୁର୍ତ୍ତା ଏବଂ ଜ୍ୟାକେଟ୍‌ ବିକ୍ରି ହୋଇଛି, ଯାହାକି ଗତ ବର୍ଷର ଅକ୍ଟୋବର ତୁଳନାରେ ୩୪.୭୧ ପ୍ରତିଶତ ଅଧିକ। ସକସେନା କହିଛନ୍ତି, ଦିଲ୍ଲୀ, କୋଲକାତା, ଜୟପୁର, ଭୋପାଳ, ମୁମ୍ବାଇ ଏବଂ ଏର୍ଣ୍ଣାକୁଲମରେ ଦୈନିକ ୨ ଶହ ଲେଖାଏଁ ଖଣ୍ଡ ବିକ୍ରି ହେଉଛି। 

 

  • Tags:

Subscribe

National International State Sports Entertainment