ଟ୍ରମ୍ପ ସରକାରଙ୍କୁ ମୋଦୀ ସରକାରଙ୍କ ଅଭିଯୋଗ ମାମଲାରେ ଏହା କହିଲା ମାଷ୍ଟରକାର୍ଡ
Khabar Odisha:Mastercard-lodges-protest-over-promotion-of-rupay-here-is-company-reply

ନୂଆଦିଲ୍ଲୀ, ନଭେମ୍ବର ୦୪ (ଖବର ଓଡ଼ିଶା): ଭାରତୀୟ ଗଣମାଧ୍ୟମରେ ଶୁକ୍ରବାର ଖବର ପ୍ରକାଶ ପାଇଛି ଯେ, ଭାରତର ସ୍ୱଦେଶୀ ପେମେଣ୍ଟ ନେଟୱର୍କ ରୂପେର ବର୍ଦ୍ଧିତ ଲୋକପ୍ରିୟତା ଏବଂ ବ୍ୟବହାର କାରଣରୁ ଆମେରିକୀୟ କମ୍ପାନୀ ମାଷ୍ଟରକାର୍ଡ ଟ୍ରମ୍ପ ସରକାରଙ୍କୁ କହିଛି, ମୋଦୀ ସରକାର ନିଜର ପେମେଣ୍ଟ ନେଟୱର୍କକୁ ବଢ଼ାଇବା ପାଇଁ ରାଷ୍ଟ୍ରବାଦର ସହାୟତା ନେଇଛନ୍ତି । ଏକ ଅନ୍ତର୍ଜାତୀୟ ଖବର ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ନ୍ୟୁଜ ସଂସ୍ଥାରେ ଏହା ଦାବି କରାଯାଇଛି ଯେ, ମାଷ୍ଟରକାର୍ଡର ଅଭିଯୋଗ କାଗଜପତ୍ର ଦେଖାଯାଇଛି । 

ଯଦି ପୂରା ରିପୋର୍ଟ ପଠନ କରାଯିବ, ତା’ହେଲେ ମାଷ୍ଟରକାର୍ଡର ଜବାବ ସାମ୍ନାକୁ ଆସିପାରିବ । ଖବର ସଂସ୍ଥା ନିଜର ରିପୋର୍ଟରେ ଏହା କହିଛି । ମାଷ୍ଟରକାର୍ଡ ନିଜର ପକ୍ଷ ରଖିବାକୁ ଯାଇ ରିପୋର୍ଟରେ କହିଛି, ଭାରତ ସରକାରଙ୍କ ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ କରୁଛି ଏବଂ ଦେଶରେ ବହୁ ନିବେଶ କରୁଛି କିନ୍ତୁ କମ୍ପାନୀ ୟୁଏସଟିଆରକୁ ଲେଖିଥିବା ନିଜର ପତ୍ରରେ କୌଣସି ପ୍ରକାରର ଟିପ୍ପଣୀ କରି ନାହିଁ । 

ପ୍ରଥମେ ମାଷ୍ଟରକାର୍ଡର ଅଭିଯୋଗ ପତ୍ର ଉପରେ ନଜର ପକାଇବା । ମାଷ୍ଟରକାର୍ଡ ଆମେରିକା ସରକାରଙ୍କୁ ଏହି ପ୍ରସ୍ତାବ ଦେଇ କହିଛି, ଭାରତ ସରକାରଙ୍କ ଦ୍ୱାରା ଆମଦାନୀକୁ ନେଇ ଭ୍ରମ ପ୍ରଚାର କରିବା ସହିତ ବିଶେଷ ଉଦ୍ୟମକୁ ପ୍ରୋତ୍ସାହିତ କରାଯାଉଛି, ଯାହାକୁକୁ ଅଟକାଯିବା ଦରକାର । ଭାରତୀୟ ପେମେଣ୍ଟ ନେଟୱର୍କ ‘ରୂପେ’ ପ୍ରଭାବ ଏହା ହୋଇଛି ଯେ, ଆମେରିକାର ପେମେଣ୍ଟ କମ୍ପାନୀ ‘ମାଷ୍ଟରକାର୍ଡ’ ଏବଂ ‘ଭିଜା’ କମ ବଦନାମ ହୋଇଛି । ଭାରତର ୧ ବିଲିୟନ ଡେବିଟ ଓ କ୍ରେଡିଟ କାର୍ଡରୁ ଅର୍ଦ୍ଧାଧିକ ରୂପେ ପେମେଣ୍ଟ ସିଷ୍ଟମ ଭଳି କାମ କରୁଛି । ଏହା ଦ୍ୱାରା ମାଷ୍ଟରକାର୍ଡକୁ ଅସୁବିଧା ହେଉଛି । 

 

  • Tags:

Subscribe

National International State Sports Entertainment