ଟିଭି ଦୁନିଆରେ ଆସିବ ବିରାଟ ପରିବର୍ତ୍ତନ, ବଜାରକୁ ପ୍ରବେଶ କରିବ ଓଏଲଇଡି ଟିଭି
Khabar Odisha:LG-to-introduce-OLED-TV-in-2020

ନୂଆଦିଲ୍ଲୀ, ଜାନୁଆରୀ ୦୯ (ଖବର ଓଡ଼ିଶା): ଲାଇଫ ଗୁଡସ (ଏଲଜି) ଇଲେକଟ୍ରୋନିକ୍ସ ବିଶ୍ୱର ପ୍ରଥମ ଓଏଲଡିଇ ଟିଭି ବଜାରକୁ ପ୍ରବେଶ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି । ଯେତେବେଳେ ବ୍ୟବହାର କରାଯିବ ନାହିଁ, ସେତେବେଳେ ଏହି ଅତ୍ୟାଧୁନିକ ଟିଭିର ସ୍କ୍ରିନକୁ ମୋଡ଼ି ରଖାଯାଇ ପାରିବ । ଏହି କନସେପ୍ଟର ଟିଭି ଲଂଚିଙ୍ଗ ନେଇ ଗତବର୍ଷ ଘୋଷଣା ହୋଇଥିଲା । 

୬୫ ଇଞ୍ଚର ଏହି ସିଗ୍ନେଚର ଓଏଲଇଡି ଟିଭି ୨୦୨୦ରେ ବଜାରକୁ ପ୍ରବେଶ କରିବାର ଆଶା ଦେଖାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କଂପାନୀ ପକ୍ଷରୁ ନୂଆଦିଲ୍ଲୀରେ ଚାଲିଥିବା ସିଇଏସ-୨୦୧୯ରେ ସୋମବାର ଘୋଷଣା କରିଛି । 

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏକ ରୋଲେବଲ ଓଏଲଇଡି ଟିଭି ଗେମ ଚ୍ୟାଞ୍ଜର ହେବାକୁ ଯାଉଛି । କାରଣ ଏହି ଟିଭି ପାଇଁ ଗ୍ରାହକଙ୍କ କାନ୍ଥକୁ ମୁକ୍ତ ରଖିବ । ଟିଭି ପାଇଁ ସ୍ୱତନ୍ତ୍ର କାନ୍ଥ ଦରକାର ପଡ଼ିବ ନାହିଁ । ଯେତେବେଳେ ଗ୍ରାହକ ଟିଭି ନଦେଖିବେ, ଏହାକୁ ମୋଡି ରଖିପାରିବେ । 

 

  • Tags:

Subscribe

National International State Sports Entertainment