ଧନତେରସ ପୂର୍ବରୁ ସହଜ ଭାଷାରେ ବୁଝନ୍ତୁ ୧୮, ୨୨ ଓ ୨୪ କ୍ୟାରେଟ ସୁନାର ମହତ୍ତ୍ୱ
Khabar Odisha:Dhanteras-know-what-is-24-22-and-18-carat-gold-in-a-simple-language

ନୂଆଦିଲ୍ଲୀ, ନଭେମ୍ବର ୦୪ (ଖବର ଓଡ଼ିଶା): ଧନତେରସ ଉପଲକ୍ଷେ ଆପଣ ସୁନା କିଣିବାକୁ ଯାଉଛନ୍ତି କି? ଏହା ପୂର୍ବରୁ ୧୮, ୨୨ ଏବଂ ୨୪ କ୍ୟାରେଟ ସୁନାର ମହତ୍ତ୍ୱ ବିଷୟରେ ଭଲ ଭାବରେ ଜାଣନ୍ତୁ । ସୁନା କିଣିବା ପୂର୍ବରୁ ପ୍ରଥମେ ଏହାର ଶୁଦ୍ଧତା ପ୍ରତି ଦୃଷ୍ଟି ଦିଅନ୍ତୁ । କାରଣ ସୁନାର ମୂଲ୍ୟ ଏହାର ଶୁଦ୍ଧତା ଉପରେ ନିର୍ଭର କରିଥାଏ, ଯାହାକୁ କ୍ୟାରେଟ ଏକକରେ ମପାଯାଇଥାଏ । ସମାନ ଓଜନ ଥାଇ ମଧ୍ୟ ଭିନ୍ନ ଭିନ୍ନ କ୍ୟାରେଟ ସୁନାର ଦର ଅଲଗା ହୋଇଥାଏ । ସୁନାର ଶୁଦ୍ଧ ରୂପ ହେଉଛି ୨୪ କ୍ୟାରେଟ (୯୯.୯୯ ପ୍ରତିଶତ) । ଏହି ବର୍ଗର ସୁନା ନରମ ହୋଇଥାଏ । ମଜବୁତ ଏବଂ ଡିଜାଇନ ପାଇଁ ଏଥିରେ ଅନ୍ୟ ଧାତୁ ମିଶ୍ରଣ କରାଯାଇଥାଏ । ମିଶ୍ରଣ ଯୋଗୁଁ ସୁନ୍ଦର ଡିଜାଇନ ହୋଇଥାଏ । କ୍ୟାରେଟ ଯେତେ ଅଧିକ ହେବ, ସୁର୍ଣ୍ଣ ଅଳଙ୍କାର ସେତେ ମହଙ୍ଗା ହେବ । ଏହାର କାରଣ ଯେ, ଉଚ୍ଚ କ୍ୟାରେଟର ଅର୍ଥ ଅଳଙ୍କାରରେ ସୁନାର ପରିମାଣ ଅଧିକ ଥାଏ ଏବଂ ଅନ୍ୟ ମିଶ୍ରିତ ଧାତୁ କମ ରହିଥାଏ । 

୨୪ କ୍ୟାରେଟ ସୁନା: ଏହା ଶୁଦ୍ଧତାର ପ୍ରତୀକ । ଏହା ସଙ୍କେତ ଦିଏ ଯେ, ସବୁ ୨୪ ଭାଗ ଶୁଦ୍ଧତାରେ ପରିପୂର୍ଣ୍ଣ । ଏଥିରେ ଅନ୍ୟ କୌଣସି ଧାତୁ ମିଶ୍ରିତ ନଥାଏ । ଏହାର ରଙ୍ଗ ସ୍ୱଷ୍ଟ ଭାବରେ ହଳଦିଆ ଦେଖାଯାଇଥାଏ ଏବଂ ଅନ୍ୟ ସୁନା ତୁଳନାରେ ଅଧିକ ମହଙ୍ଗା ହୋଇଥାଏ । ଅଧିକାଂଶ ଲୋକ ୨୪ କ୍ୟାରଟ ସୁନା ମୁଦ୍ରା କିଣିବାକୁ ଭଲ ପାଆନ୍ତି । 

୨୨ କ୍ୟାରେଟ ସୁନା: ଏହାର ତାତ୍ପର୍ଯ୍ୟ ଯେ, ଅଳଙ୍କାରରେ ୨୨ ଭାଗ ସୁନା ଏବଂ ଅବଶିଷ୍ଟାଂଶ ୨ ଭାଗ ଅନ୍ୟ ଧାତୁରୁ ପ୍ରସ୍ତୁତ । ଅର୍ଥାତ ୨୨ କ୍ୟାରେଟ ସୁନା ପ୍ରସ୍ତୁତ ପାଇଁ ୨ ଭାଗ ଅନ୍ୟ ଧାତୁ ମିଶ୍ରଣ କରାଯାଇଥାଏ । ଏହି ସୁନା ୨୪ କ୍ୟାରେଟ ସୁନା ଠାରୁ ଅଧିକ କଠିନ । 

୧୮ କ୍ୟାରେଟ ସୁନା: ଏହି ଶ୍ରେଣୀର ସୁନାରେ ୭୫ ପ୍ରତିଶତ ସୁନା ଓ ୨୫ ପ୍ରତିଶତ ତମ୍ବା ମିଶିଥାଏ । ଏହି ସୁନା ୨ ଶ୍ରେଣୀ ତୁଳନାରେ କମ ମହଙ୍ଗା । ହୀରା ଅଳଙ୍କାର ପାଇଁ ଏହି ସୁନାକୁ ବ୍ୟବହାର କରାଯାଇଥାଏ । ଏହି ସୁନର ରଙ୍ଗ ସାମାନ୍ୟ ହଳଦିଆ ହୋଇଥାଏ । 

 

  • Tags:

Subscribe

National International State Sports Entertainment