ପତଞ୍ଜଳି ସହିତ କରନ୍ତୁ ନୂଆଁ ବ୍ୟବସାୟ, ମାସିକ ଲକ୍ଷାଧିକ ଟଙ୍କା ହେବ ରୋଜଗାର
Khabar Odisha:Business-opportunity-with-patanjali-paridhan

ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡ଼ିଶା): ଦୀପାବଳି ଅବସରରେ ବାବା ରାମଦେବ ପତଞ୍ଜଳି ପରିଧାନ ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀର ପୀତମପୁରାରେ ପତଞ୍ଜଳିର ପ୍ରଥମ ସୁପରଷ୍ଟୋର ‘ପତଞ୍ଜଳି ପରିଧାନ’ ଆରମ୍ଭ ହୋଇଛି । ବର୍ଷ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ୧୦୦ ଶୋ’ରୁମ ଖୋଲାଯିବାକୁ ବାବା ଲକ୍ଷ୍ୟ ରଖିଛନ୍ତି । ସେହିଭଳି ୨୦୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସଂଖ୍ୟା ୫୦୦କୁ ଛୁଇଁବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ପତଞ୍ଜଳି ସହିତ ଫ୍ରାଞ୍ଚାଇଜ ମାଧ୍ୟମରେ ଯେ କେହି ବି ଏହି ଶୋ’ରୁମ ଖୋଲିପାରିବେ । ଯଦି କେହି ପତଞ୍ଜଳି ସହିତ ବ୍ୟବସାୟ କରିବାକୁ ଚାହାନ୍ତି, ଏହା ହେଉଛି ବଡ଼ ସୁଯୋଗ । ପତଞ୍ଜଳି ସହିତ ବ୍ୟବସାୟ କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ସୁଯୋଗ ଆସିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । 

ଫ୍ରାଞ୍ଚାଇଜ ନେବାକୁ ସର୍ତ୍ତ କ’ଣ ରହିଛି

ବାବା ରାମଦେବ ନିଜେ ଟୁଇଟ କରି ପତଞ୍ଜଳିର ଫ୍ରାଞ୍ଚାଇଜର ସର୍ତ୍ତ ବାବଦରେ କହିଛନ୍ତି । ରାମଦେବଙ୍କ ମୁତାବକ ଶୋ’ରୁମ ଖୋଲିବାକୁ ନିଜ ପାଖରେ ଜମି ଥିବା ଦରକାର । ଏହି ଜମି କୌଣସି ମଲ, ବ୍ୟବସାୟିକ ପରିସର ଅଥବା ହାଇ ଷ୍ଟ୍ରିଟରେ ହେବା ଦରକାର । ଶୋ’ରୁମ ପାଇଁ ଗ୍ରାଉଣ୍ଡ ଫ୍ଲୋରରେ ଅତି କମରେ ୨୦୦୦ ବର୍ଗ ଫୁଟ ଜମି ହେବା ଦରକାର, ଯାହାର ସମ୍ମୁଖ ୨୦ ଫୁଟ ହେବା ଆବଶ୍ୟକ । ଉଚ୍ଚତା ଅତି କମରେ ୧୦ ଫୁଟ ହେବା ଦରକାର । କପଡ଼ା ବ୍ୟବସାୟରେ ପୂର୍ବରୁ ଅଭିଜ୍ଞତା ଥିବା ବାଧ୍ୟତାମୂଳକ । 

ସର୍ତ୍ତ ପୂରଣ କରିପାରୁଥିବା ଗ୍ରାହକ ଫ୍ରାଞ୍ଚାଇଜ ପାଇଁ ଆବେଦନ କରିପାରିବେ । ଅଥବା ଇଚ୍ଛୁକ ବ୍ୟକ୍ତି enquiry@patanjaliparidhan.orgରେ ମେଲ କରିପାରିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ରାମଦେବ ବାବା ନିଜର ଫେସବୁକ ପୋଷ୍ଟରେ ଟୁଇଟରରେ କିଛି ଫୋନ ନମ୍ବର ଦେଇଛନ୍ତି । ଏହି ନମ୍ବରରେ ମଧ୍ୟ କଲ କରାଯାଇ ପାରିବ । 

 

  • Tags:

Subscribe

National International State Sports Entertainment