୨୦୧୯-୨୦ ପାଇଁ ୧ ଲକ୍ଷ ୩୨ ହଜାର ୬୬୦ କୋଟିର ବଜେଟ୍, ଦରମା ବାବଦକୁ ରହିଛି ୨୫,୫୫୦ କୋଟି
Khabar Odisha:Business-Odisha-For-2019-20-financial-years-estimate-budget-is-132-660-crore-for-odisha
ଭୁବନେଶ୍ଵର, ଫେବୃଆରୀ ୦୭(ଖବର ଓଡ଼ିଶା):

ଅର୍ଥମନ୍ତ୍ରୀ ଶଶି ବେହେରା ଗୁରୁବାର ବିଧାନସଭାରେ ଚାରି ମାସ ପାଇଁ ଲେଖାନୁଦାନ ଆଗତ କରିଛନ୍ତି।  ନିର୍ବାଚନୀ ବର୍ଷ ଥିବାରୁ ସରକାର ପ୍ରଥମ ୪ ମାସ ପାଇଁ ୫୬, ୯୨୧ କୋଟି ଲେଖାନୁଦାନ ଆଗତ କରିଛନ୍ତି। ୨୦୧୯-୨୦ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬୬୦ କୋଟି  ଟଙ୍କାର ବ୍ୟୟବରାଦ କରାଯାଇଛି। ବଜେଟରେ ରାଜସ୍ଵ ଆୟ ୧ ଲକ୍ଷ ୧୦ ହଜାର ୭୧୦ କେଟି ଟଙ୍କା ରହିଛି।  ବଜେଟରେ ମୋଟ୍ ବ୍ୟୟ ଅଟକଳ ୧ ଲକ୍ଷ ୨ ହଜାର ୨୨୭ କୋଟି ଟଙ୍କା ରଖାଯାଇଛି। ରାଜସ୍ଵ ବଳକା ୮ ହଜାର ୪୩୩ କୋଟି ଟଙ୍କା ରହିଛି। ପ୍ରଶାସନିକ ଅଟକଳରେ ଦରମା  ବାବଦକୁ ୨୫ ହଜାର ୫୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। 

ବଜେଟରେ ୨୦୧୯-୨୦ ପାଇଁ ମୋଟ୍ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ରଖାଯାଇଛି।  ୨୦୧୯-୨୦ରେ ପୁଞ୍ଜି ଖର୍ଚ୍ଚ ୨୩ ହଜାର ୭୮୪ କୋଟି ଟଙ୍କା ରଖାଯାଇଛି। ଆର୍ଥିକ ବର୍ଷର ପୁଞ୍ଜି ଖର୍ଚ୍ଚ ମୋଟ୍ ଘରୋଇ  ଉତ୍ପାଦନର ୪.୪ ପ୍ରତିଶତ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏହି ପରି ୨୦୧୯-୨୦ରେ ରାଜସ୍ଵ ପ୍ରାପ୍ତି ଲକ୍ଷ୍ୟ ୧,୧୦,୭୧୦ କୋଟି ରଖାଯାଇଛି। 

ଏହା ବାଦ୍ ୨୦୧୯-୨୦ରେ ବିତ୍ତୀୟ ନିଅନ୍ତ ୧୬,୧୯୩ କୋଟି ଟଙ୍କା ରହିଛି।  ପ୍ରଶାସନିକ ଅଟକଳରେ ଦରମା  ବାବଦକୁ ୨୫ ହଜାର ୫୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପେନସନ ବାବଦରେ ୧୩ ହଜାର ୩୩୦ କୋଟି, ଋଣ ପରିଶୋଧ ଲାଗି ୬ ହଜାର ୫୦୦ କୋଟି, ମେଣ୍ଟେନାନ୍ସ ଓ କ୍ୟାପିଟାଲ ଏକ୍ସପେନ୍ସ ବାବଦରେ ୪ ହଜାର ୮୮୦ କୋଟି ଟଙ୍କା ବ୍ୟବସ୍ଥା ରହିଛି। ୨୦୧୯-୨୦ ପାଇଁ ବିଭିନ୍ନ କାର‌୍ୟ୍ୟକ୍ରମ ପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

  • Tags:

Subscribe

National International State Sports Entertainment