ନିଯୁକ୍ତି: ଆନ୍ଧ୍ର ବ୍ୟାଙ୍କକୁ ଆବଶ୍ୟକ ୧୬୦୦ ବ୍ୟବସାୟିକ ପ୍ରତିନିଧି, ଏହି କାମ କରିବେ କର୍ମଚାରୀ
Khabar Odisha:Andhra-Bank-will-recruit-1600-business-representative

ନୂଆଦିଲ୍ଲୀ, ଜାନୁଆରୀ ୦୭ (ଖବର ଓଡ଼ିଶା): ସରକାରୀ ସ୍ୱାମୀତ୍ୱ ରଖିଥିବା ଦେଶର ଅନ୍ୟତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ‘ଆନ୍ଧ୍ର ବ୍ୟାଙ୍କ’ ୧୬୦୦ ବ୍ୟବସାୟିକ ପ୍ରତିନିଧି (ବିଜନେସ୍‌ ରିପ୍ରେଜେଣ୍ଟିଭ୍‌) ଆବଶ୍ୟକ କରୁଛନ୍ତି। ଏହି କର୍ମଚାରୀମାନେ ଗ୍ରାହକଙ୍କ ବ୍ୟାଙ୍କ ଖାତା ଖୋଲିବେ,  ଘରକୁ ଘର ଯାଇ ବ୍ୟାଙ୍କିଙ୍ଗ୍‌ ସେବା ପହଂଚାଇବେ, ଏଟିଏମ୍‌ ସେବା ଓ ଏନ୍‌ପିଏ ଅସୁଲି କ୍ଷେତ୍ରରେ କାମ କରିବେ। ବ୍ୟାଙ୍କ ମୁଖ୍ୟ ଭାବରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଏହି ବ୍ୟବସାୟିକ ପ୍ରତିନିଧିମାନଙ୍କୁ ନିଯୁକ୍ତି ମିଳିବ।

ଆନ୍ଧ୍ରା ବ୍ୟାଙ୍କ ୨୦୧୦ ପରଠାରୁ ଏଟିଏମ୍‌/କ୍ୟୋସ୍କ ବ୍ୟାଙ୍କିଙ୍ଗ୍‌ ଭଳି ସେବା ସହିତ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ନିଯୁକ୍ତି ଦେଇଛି। ଏହି ବ୍ୟବସାୟିକ ପ୍ରତିନିଧି ମାଧ୍ୟମରେ ଆର୍ଥିକ ସମାବେଶନ ପରିଯୋଜନାକୁ କରୁଛି। ଅନ୍ୟ କାର‌୍ୟ୍ୟ ସହିତ ବ୍ୟବସାୟିକ ପ୍ରତିନିଧିଙ୍କୁ ଋଣ ଅସୁଲି, ସାମାଜିକ ସୁରକ୍ଷା ଯୋଜନାକୁ ଲାଗୁ କରିବା ସହିତ ବ୍ୟାଙ୍କ ପାଇଁ ନୂଆ ବ୍ୟବସାୟରେ କାମ କରିବାକୁ ପଡ଼ିବ।

  • Tags:

Subscribe

National International State Sports Entertainment