ଧର୍ମଘଟ ଯୋଗୁଁ ଏୟାର ଇଣ୍ଡିଆର ୩୭ ବିମାନ ଉଡାଣ ପ୍ରଭାବିତ
Khabar Odisha:Air-Indias-ground-handling-staff-strike-37-flights-affected

ମୁମ୍ବାଇ, ନଭେମ୍ବର ୦୯ (ଖବର ଓଡ଼ିଶା): ଏୟାର ଇଣ୍ଡିଆ ବିମାନର ଗ୍ରାଉଣ୍ଡ ହ୍ୟାଣ୍ଡଲିଙ୍ଗ କାମକାର୍ଯ୍ୟ ତଦାରଖ କରୁଥିବା ସହଯୋଗୀ କମ୍ପାନୀ ଏଆଇଏଟିସିଏଲର କର୍ମଚାରୀର ଏକ ନିଦ୍ଧିଷ୍ଟ ବର୍ଗର କର୍ମଚାରୀଙ୍କୁ ଦୀପାବଳି ବୋନସ ନମିଳିବା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଗୁରୁବାର ଅଚାନକ ଧର୍ମଘଟ ହୋଇଛି । ଫଳରେ ଏୟାର ଇଣ୍ଡିଆର କିଛି ଅନ୍ତର୍ଜାତୀୟ ଉଡାଣ ସମେତ ଅତି କମରେ ୩୭ଟି ବିମାନ ପରିଚାଳନା ପ୍ରଭାବିତ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି, ଦୀପାବଳି ବୋନସ ଦେବା ଏବଂ ୩ ଜଣ କର୍ମଚାରୀଙ୍କୁ ବହିଷ୍କାର ପ୍ରତ୍ୟାହାର ଦାବି ନେଇ ଏୟାର ଇଣ୍ଡିଆ ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡର କର୍ମଚାରୀମାନେ ଗୁରୁବାର ରାତି ମୁମ୍ବାଇ ବିମାନ ବନ୍ଦରରେ କାମ ବନ୍ଦ କରି ଦେଇଥିଲେ । କମ୍ପାନୀ ଏହି କର୍ମଚାରୀଙ୍କ କଣ୍ଟ୍ରାକ୍ଟ ସମୟ ଆଗକୁ ବଢ଼ାଇ ନାହିଁ । 

ଏଆଇଏଟିଏସଏଲ ହେଉଛି ଏୟାର ଇଣ୍ଡିଆର ସହଯୋଗୀ କମ୍ପାନୀ । ଏହି କମ୍ପାନୀ ଦେଶରେ ସମସ୍ତ ବିମାନ ବନ୍ଦରରେ ଉଡାଣ ସମୟରେ ଜମିରେ ଏୟାର ଇଣ୍ଡିଆର ବିମାନ ପରିଚାଳନା ଏବଂ ସର୍ଭିସିଙ୍ଗ ସହିତ ଜଡିତ କାମ ଏବଂ ବିମାନ ବନ୍ଦର ଟର୍ମିନାଲ କାମକାର୍ଯ୍ୟ ଦେଖିଥାଏ । କମ୍ପାନୀରେ ପାଖାପାଖି ୫୦୦୦ କର୍ମଚାରୀ ଅଛନ୍ତି । ଏଥିରେ କିଛି ଠିକା କର୍ମଚାରୀ ମଧ୍ୟ ଅଛନ୍ତି । 

 

  • Tags:

Subscribe

National International State Sports Entertainment