ଆଜି ପବିତ୍ର ଅଁଳା ନବମୀ: ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା, ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଭିଡ଼
Khabar Odisha:today-anla-nabami
ଭୁବନେଶ୍ୱର, ନଭେମ୍ବର ୧୭(ଖବର ଓଡ଼ିଶା):

ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ବା ଧାତ୍ରୀ ନବମୀ ଭାବରେ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁମାନେ ଆଜି ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ସହ ଗଛରେ ନିଜ ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରିବା ସହ ପରିବାରର ଶୁଭ ମନାସୀ ଶଙ୍ଖା ବାନ୍ଧି ଥାନ୍ତି । ହବିଷ୍ୟାଳିମାନେ ଆଜି ଅଁଳା ଗଛମୂଳେ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ଅଁଳା ନବମୀ ଦିନ ଓଡ଼ିଆଣି ବେଶରେ ଶ୍ରୀରାଧା ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ତେଣୁ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ରାଜ୍ୟର ପ୍ରତ୍ୟେକ ରାଧାକୃଷ୍ଣଙ୍କ ମନ୍ଦିର ସହିତ ସାକ୍ଷୀଗୋପାଳରେ ଭୋରରୁ ଶ୍ରଦ୍ଧାଳୁଙ୍କର ଭିଡ ଲାଗିଛି । 

ବର୍ଷତମାମ ଶ୍ରୀରାଧାଙ୍କର ପାଦଯୁଗଳ ଘୋଡାଇ ହୋଇ ରହିଥିବାବେଳେ ଆଜି ଅଁଲା ନବମୀ ଅବସରରେ ଭକ୍ତମାନେ ଶ୍ରୀରାଧାଙ୍କର ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ପୁରୀ ସାକ୍ଷୀଗୋପାଳସ୍ଥିତ ପ୍ରସିଦ୍ଧ ସାକ୍ଷୀଗୋପୀନାଥ ମନ୍ଦିର ବେଶ ଚଳଚଂଚଳ ହୋଇଉଠିଛି । ବର୍ଷକୁ ଆଜିର ଦିନରେ ସାକ୍ଷୀଗୋପାଳ ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଶ୍ରୀରାଧା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଦୂରଦରାନ୍ତରୁ ଧାଇଁ ଆସିଥାଆନ୍ତି । ସକାଳୁ ହଜାର ହଜାର ଭକ୍ତ ଧାଡ଼ିରେ ଯାଇଁ ଶ୍ରୀରାଧାଙ୍କ ପାଦ ଦର୍ଶନ କରୁଛନ୍ତି । 

ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମନ୍ଦିର ପରିସରରେ ମୁତୟନ ରଖାଯାଇଛି । ଚଳିତ ବର୍ଷ ସାକ୍ଷୀଗୋପାଳରେ ଶ୍ରୀରାଧାଙ୍କ ପାଦ ସ୍ପର୍ଶ ଉପରେ କଟକଣା ଜାରି କରିଛି ଦେବୋତର ବିଭାଗ । ଭକ୍ତଙ୍କ ଦର୍ଶନ ପାଇଁ ରତ୍ନସିଂହାସନ ଠାରୁ ୩ ଫୁଟ ଦୂରରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ଭକ୍ତମାନେ ଲମ୍ବାଧାଡିରେ ବ୍ୟାରିକେଡ ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତର ଓ ପଶ୍ଚିମ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଭିଆଇପିମାନେ ଅଲଗା ରାସ୍ତାରେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ୧୭ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ଚଳିତ ବର୍ଷ ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

Subscribe

National International State Sports Entertainment