ଡଙ୍କାରୀ ଲୁଟିବା ପାଇଁ ସାହାଣମେଲା, ଚର୍ଚ୍ଚାରେ ବିଜେଡି ବିଧାୟକ... ଅଟକିଛି କେନ୍ଦ୍ରୀୟ ପ୍ରକଳ୍ପ, ନିଯୁକ୍ତି ହରାଉଛନ୍ତି ଯୁବପୀଢି, ବିରୋଧୀଙ୍କ ମୁହଁରେ ତୁଣ୍ଡି
Khabar Odisha:dankari-hill-issue
ଧର୍ମଶାଳା, ୨ ସେପ୍ଟେମ୍ୱର (ଖବର ଓଡିଶା)-

ଯାଜପୁର ଜିଲାର ଧର୍ମଶାଳା ତହଲିସ ଅଞ୍ଚଳରେ ଡଙ୍କାରୀ ପାହଡରେ ହୋଇଥିବା ଲୁଟ ପଛରେ ରହିଛନ୍ତି ସ୍ଥାନୀୟ ବିଧାୟକ । ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଗେହ୍ଲାପୁଅ କୁହାଯାଉଥିବା ଏହି ବିଧାୟକ ସେଠାରେ ତାଙ୍କର ସାମ୍ରାଜ୍ୟ ଚଳାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ ରହିଥିବା ନେଇ ଚର୍ଚ୍ଚା  ।

ସେପଟେ ବିଜେଡି ଭିତରରେ ରହିଥିବା ଏହି ଗୁମରର ଖୁଲାସା ଦଳର ବରିଷ୍ଠ ନେତା ଦାମୋଦର ରାଉତ କରିବା ପରେ ଏବେ ରାଜ୍ୟ ରାଜନୀତିରେ ହଇଚଇ ଦେଖାଦେଇଛି  । ନାଁ ନେଇନଥିଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ କରିଛନ୍ତି ଟାର୍ଗେଟ  । ଏପରିକି ସରକାରଙ୍କ ପାଇଁ ୩ ହଜାର ୮ ଶହ କୋଟିର କେନ୍ଦ୍ରୀୟ ପ୍ରକଳ୍ପ ଅଟକିବା ଘଟଣା ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତାଙ୍କ ମଧ୍ୟରେ ଦେଖାଦେଇଛି ପ୍ରତିକ୍ରିୟା  । ଏ ଅଞ୍ଚଳର ଯୁବକ ମାନେ ନିଯୁକ୍ତି ପାଇଁ ବାହର ରାଜ୍ୟକୁ ଯାଉଥିବା ବେଳେ ଓଡିଶାର ସମ୍ପତି ଲୁଟିବା ପାଇଁ ଶାସକ ଦଳ କରିଥିବା ଏପରି ହୀନ ପ୍ରୟାସକୁ ସାଧାରଣର ନିନ୍ଦା କରିଛନ୍ତି  । ଏନେଇ ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତ ନିଜର ସମ୍ପାଦକୀୟ ଲେଖିବା ପରେ ବିଜେଡିରେ ହୋଇଛି ଆର୍ଟିକିଲ ଝଡ  ।

ରାଜ୍ୟର ସ୍ୱାର୍ଥ, କେନ୍ଦ୍ରୀୟ ପ୍ରକଳ୍ପ ଚୁଲିକୁ ଯାଉ, ଡଙ୍କାରୀ ପାହଡ ଲୁଟ ହେଉ  । ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରେ ରହିଥିବା ଡଙ୍କାରୀ ପାହଡରେ ମାଫିଆ ରାଜ ପଛରେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ରହିଥିବାର ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ  । ଏପରିକି ସ୍ଥାନୀୟ ବିଧାୟକ ଓ ଜିଲା ପ୍ରଶାସନର ଚକ୍ରାନ୍ତ ଫଳରେ ଡଙ୍କାରୀ ପାହଡ ନିକଟରେ ହେବାକୁ ଥିବା ଅଶୋଧିତ ତୈଳଭଣ୍ଡାର ହୋଇପାରୁନି  । କେନ୍ଦ୍ର ପେଟ୍ରୋଲିୟମ ବିଭାଗ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ ରାଜ୍ୟ ସରକାର ଜମି ଯୋଗାଉନାହାନ୍ତି  । କର୍ଣ୍ଣାଟକର ପାଡୁର, ଆନ୍ଧ୍ରପ୍ରଦେଶର ବିଶାଖପାଟଣାରେ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଓଡିଶାର ଡଙ୍କାରୀରେ ଏଯାଏଁ କାର୍ୟ୍ୟ ଆରମ୍ଭ ହୋଇନି  । ଏହା ପଛରେ ବିଜେଡି ବିଧାୟକ, ପ୍ରଶାସନକୁ ଦାୟୀ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶ୍ରୀ ରାଉତ ମାରିଥିଲେ ବାଣ  । ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠାରେ ଅନୁଭବରୁ ଅନୁଭୂତି, ସେଦିନରୁ ଆଜି ଯାଏଁ ଶୀର୍ଷକରେ ଲେଖା ଲେଖି ଡଙ୍କାରୀ ପାହଡ ଲୁଟ ପାଇଁ କିପରି ସାହଣମେଲା ଚାଲିଛି ଏହାର ଖିୁଲାସା କରିଛନ୍ତି ଶ୍ରୀ ରାଉତ  ।

ଶ୍ରୀ ରାଉତ ତାଙ୍କ ଲେଖାରେ ଉଲେଖ କରିଛନ୍ତି ଯେ, ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ ଲୁଟେରାମାନେ ଡଙ୍କାରୀ ପାହଡକୁ ବିକଳାଙ୍ଗ କରିବାରେ ଲାଗିଛନ୍ତି  । ଏହି ପାହଡରେ ଲିଜ୍ ନଥାଇ କୌଣସି କାଗଜପତ୍ର ନଥାଇ ଦିନକୁ ଲୁଟ ହେଉଛି ୨ କୋଟିରୁ ଅଧିକ ଟଙ୍କାର କଳାପଥର  ।

ଶ୍ରୀ ରାଉତ ତାଙ୍କ ଲେଖାରେ ଆହୁରି ଉଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ଏଠାରେ ଏକ ଅଶୋଧିତ ତୈଳ ଭଣ୍ଡାର ଗଚ୍ଛିତ ରଖିବା ପାଇଁ ଗତ ୧୨-୯-୨୦୧୪ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ  । ପରବର୍ତ୍ତୀ ପ୍ରର୍ୟ୍ୟାୟରେ  ୨୦୧୭ ମସିହାରେ ଏହି ପ୍ରକଳ୍ପ ଲାଗି ୩ ହଜାର ୮୦୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ  । ପ୍ରକଳ୍ପ ଲାଗି ରାଜ୍ୟ ସରକାର ୪୦୦ ଏକର ଜମି ଯୋଗାଇ ଦେବାପାଇଁ କୁହାଯାଇଥିଲା  । ପାହଡ ତଳେ ସୁଢଙ୍ଗ କରାଯାଇ ଭୂତଳ ତୈଳ ମହଜୁଦ ରଖାଯିବ  । ଯାହାର କ୍ଷମତା ୩.୭୫ ନିୟୁତ ମେଟ୍ରିକ୍ ଟନ ହେବ  । ଏହି ପ୍ରକଳ୍ପ ପାଇଁ ଗତ ୪ ବର୍ଷ ହେବ କେନ୍ଦ୍ର ପେଟ୍ରୋଲିୟମ ବିଭାଗ ବାରମ୍ବାର ରାଜ୍ୟ ସରକାରଙ୍କୁ ଚିଠି ଲେଖୁଛି ନା ରାଜ୍ୟ ସରକାର ଜମି ଦେଉଛନ୍ତି ନା କେନ୍ଦ୍ର ସରକାର ପ୍ରକଳ୍ପ କରୁଛନ୍ତି  । ଏଭଳି ଲେଖା ଲେଖି ରାଜ୍ୟ ସରକାରଙ୍କୁ ପୁଣିଥରେ କାଠଗଡକୁ ଟାଣିଛନ୍ତି ବିଧାୟକ ଶ୍ରୀ ରାଉତ  । ଏଭଳି ପ୍ରକଳ୍ପ ହେଲେ ଦୈନିକ ୩୫ଶହ ଲୋକେ ଆତ୍ମନିଯୁକ୍ତିର ସୁଯୋଗ ଥିବାବେଳେ ସ୍ଥାନୀୟ ବିଧାୟକ ଓ ପ୍ରଶାସନର ରାଜନୈତିକ ଚକ୍ରାନ୍ତାରେ ଏକ ପ୍ରକଳ୍ପ ବିରୋଧୀ ମଞ୍ଚ ଗଠନ କରାଯାଇ ଏହିପରି ପ୍ରକଳ୍ପକୁ ବିରୋଧ କରାଯିବା ବୁଦ୍ଧିଜୀବି ମହଲରେ ଆଶ୍ଚର୍ୟ୍ୟ ପ୍ରକଟ କରିଛି ବୋଲି ଶ୍ରୀ ରାଉତ ତାଙ୍କ ଲେଖାରେ ଉଲେଖ କରିଛନ୍ତି  ।

ବିଧାୟକ ଶ୍ରୀ ରାଉତଙ୍କ ଏହି ଲେଖାକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡିଯାଇଛନ୍ତି  । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କରିବା ପାଇଁ ରାଜ୍ୟ ସରକାର ସହଯୋଗ ଦେଉନଥିବାର ସାଙ୍ଗତିକ ଅଭିଯୋଗ ସବୁବଳେ ବିରୋଧୀ ଅଭିଯୋଗ କରୁଥିବା ବେଳେ ଏପରି ଅଭିଯୋଗରେ ମୋହର ଲଗାଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା  ।

ଗୋଟିଏ ପଟେ ବିଜେଡି ବିଧାୟକଙ୍କ ଛତ୍ରଛାୟା ତଳେ ପ୍ରତିଦିନ ଡଙ୍କାରୀ ଲୁଟ ହୋଇ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ନେତାମାନେ ଚୁପ ହୋଇ ବସିବାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି  । ଓଡିଶାର ରାଜକୋଷ ହରିଲୁଟ ହେଇଥିବା ବେଳେ ବିରୋଧୀଙ୍କ ନୀରବତା ସେମାନଙ୍କୁ ଜନତା ଦରବାରର କାଠଗଡାକୁ ଟାଣି ଆଣିଛି  ।

  • Tags:

Subscribe

National International State Sports Entertainment