ଆଜି ଶ୍ରୀଜୀଉଙ୍କର ବନକଲାଗି, ୪ ଘଂଟା ବନ୍ଦ ରହିବ ସାଧାରଣ ଦର୍ଶନ
Khabar Odisha:art-and-culture-puri-jagannath-temple-visiting-closed
ପୁରୀ, ଜାନୁଆରୀ ୨୪(ଖବର ଓଡିଶା):

ଆଜି ଶ୍ରୀଜୀଉଙ୍କର ବନକଲାଗି ବା ଶ୍ରୀମୁଖସିଂହାର ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଅପରାହ୍ନରେ ୪ ଘଂଟା ପାଇଁ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୮ଟା ଯାଏଁ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । 

ଦ୍ୱିତୀୟ ଭୋଗମଣ୍ଡପ ପରେ ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପାଦିତ ହେବ । କର୍ପୂର, ହିଙ୍ଗୁଳ, କେଶର, କଇଁଥ, ଶଂଖ, ହରିତାଳ, ଅଠା, କସ୍ତୁର, କଜ୍ୱଳ ଓ ତେଲର ସମ୍ମିଶ୍ରଣରେ ବନକ ପ୍ରସ୍ତୁତ କରାଯାଇ ଶ୍ରୀମୁଖ ସିଂହାର କରାଯିବାର ପରମ୍ପରା ରହିଛି ।

ଗତକାଲି ଏହି ବନକଲାଗି ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିବାବେଳେ ଛୁଟିଦିନ ହୋଇଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତାହା ଆଜିର ଦିନକୁ ଘୁଂଚାଇ ଦିଆଯାଇଥିଲା ।

  • Tags:

Subscribe

National International State Sports Entertainment