ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଂସର ଅଟ୍ଟହାସ୍ୟରେ କମ୍ବିବ ବରଗଡ
Khabar Odisha:art-and-culture-odisha-bargarh-dhanujatra-will-start-from-today
ବରଗଡ, ଜାନୁଆରୀ ୧୧(ଖବର ଓଡିଶା):

ଆଜିଠାରୁ ବରଗଡରେ ଆରମ୍ଭ ହେବ ୭୦ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା  । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ରହିଥିବାବେଳେ ମୁକ୍ତାକାଶ ରଂଗମଂଚ କଳାକାରମାନଙ୍କ ନିଖୁଣ କଳାକୁ ପ୍ରଦର୍ଶିତ କରିବାକୁ ଅପେକ୍ଷାରେ ରହିଛି । 

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ ସହର  ଅପୂର୍ବ ରୂପରେ ସଜାଇ ହୋଇଛି ।  ହାଟପଦା ମଥୁରାନଗରୀ  ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରୀତ ହୋଇ ସୁସଜ୍ଜିତ ହୋଇ ରହିଛି  । ପରାକ୍ରମୀ କଂସର ପରାକ୍ରମ ଦେଖିବାକୁ ଲୋକେ ଉତ୍ସାହିତ ହୋଇ ଅପେକ୍ଷା କରି ରହିଛନ୍ତି । ଏହା ବ୍ୟତୀତ ବାଲୁକା ଶିଳ୍ପ, ଓରମାସ ଓ ମୀନାବଜାର ମଧ୍ୟ ଏହି ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବ । 

ଆଜି ଅପରାହ୍ନ ୨ ଟାରେ ଗାନ୍ଧୀଛକ ଠାରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇ ସଂଧ୍ୟାରେ ସମସ୍ତ କଳାକାରଙ୍କ ସହ ସମଲେଶ୍ୱରୀ ମନ୍ଦିରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ରାତି ୭ ଟାରେ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧନୁଯାତ୍ରାର ଉଦଘାଟନୀ ଅନୁଷ୍ଠିତ ହେବ । ପୂଜାର୍ଚ୍ଚନା ପରେ ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା  ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ହୋଇ ଆରମ୍ଭ ହେବ ।

ଉଦଘାଟନୀ ପରେ ବହୁ ପ୍ରତିକ୍ଷୀତ ଧନୁଯାତ୍ରାର ଅଭିନୟ ଆରମ୍ଭ ହେବ । ମଥୁରାରେ କଂସର ରାଜୁତି,  ଦେବକୀ –ବସୁଦେବଙ୍କ ବିବାହ, କାରାଗାରବରଣ ଇତ୍ୟାଦି ଅଭିନୟ ଆଜି ଅନୁଷ୍ଠିତ ହେବ । ୧୧ ଦିନ ଧରି କଂସର ଅଟ୍ଟହାସ୍ୟରେ ସାରା ବରଗଡ ସହରରେ କମ୍ପନ ସୃଷ୍ଟି ହେବ ।  ଦେଶବିଦେଶର ବହୁ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ନାଚଗୀତ ମଧ୍ୟ ମଂଚସ୍ଥ ହେବାନେଇ କାର୍ଯ୍ୟକ୍ରମ ରହିଛି । 

Subscribe

National International State Sports Entertainment