୫୬ ଭୋଗ ସହିତ ଭଗବାନ ଶ୍ରୀକୃଷ୍ଣଙ୍କ କ’ଣ ରହିଛି ସମ୍ପର୍କ, ଜାଣନ୍ତୁ
Khabar Odisha:What-is-the-connection-between-lord-Krishna-with-56-bhog
ଭୁବନେଶ୍ୱର, ସେପ୍ଟେମ୍ବର ୦୪(ଖବର ଓଡ଼ିଶା) :

୫୬ ଭୋଗ ବିଷୟରେ ଆମେ ସମସ୍ତେ ଜାଣିଛନ୍ତି । ପାମ୍ପଡ଼ ଠାରୁ ଆରମ୍ଭ କରି ଅଳେଇଚ ଯାଏଁ ଏଥିରେ ସାମିଲ ହୋଇଛି । ଏହା ସହିତ ହିନ୍ଦୁଧର୍ମ ଗ୍ରନ୍ଥ ଗୁଡ଼ିକରେ ଭଗବାନ ଶ୍ରୀକୃଷ୍ଣଙ୍କ ୫୬ ଭୋଗ ସହିତ ଗଭୀର ସମ୍ପର୍କ ରହିଛି । ଶାସ୍ତ୍ରରେ ବର୍ଣ୍ଣିତ ଏକ ପ୍ରସଙ୍ଗ ଅନୁଯାୟୀ ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ଦିନରେ ଆଠଥର ଭୋଜନ କରାଉଥିଲେ । କିନ୍ତୁ ଦିନେ ଇନ୍ଦ୍ରଙ୍କ ପ୍ରକୋଷ୍ଠରୁ ବ୍ରଜକୁ ବଂଚାଇବା ପାଇଁ କୃଷ୍ଣ ଗୋବର୍ଦ୍ଦନ ପର୍ବତକୁ ଚାଲି ଯାଇଥିଲେ । କୃଷ୍ଣ ଗୋବର୍ଦ୍ଦନ ଗିରିରେ ସାତଦିନ ରହିଲେ । ଏହି ସମୟରେ ସେ କିଛି ବି ଖାଦ୍ୟ ଖାଇନଥିଲେ । ୮ମ ଦିନ ବର୍ଷା ବନ୍ଦ ହୋଇଗଲା । କୃଷ୍ଣ ସମେତ ବ୍ରଜବାସୀ ଗୋବର୍ଦ୍ଦନ ପର୍ବତରୁ ବାହାରି ଆସିଲେ । ଏହି ସାତଦିନ ଶ୍ରୀକୃଷ୍ଣ କିଛି ଖାଇ ନଥିବାରୁ ବ୍ୟସ୍ତ ହୋଇପଡ଼ିଥିଲେ ମା ଯଶୋଦା । ସେ କୃଷ୍ଣଙ୍କ ଆଠ ପ୍ରହରର ଭୋଜନ ଏକାଠି ୫୬ ପ୍ରହର ଭାବେ ପ୍ରସ୍ତୁତ କଲେ । ଅଷ୍ଟମ ଦିନ କୃଷ୍ଣଙ୍କ ପାଇଁ ଏକାଥରକେ ୫୬ ପ୍ରକାର ବ୍ୟଞ୍ଜନ ପରଷି ଥିଲେ ମା ଯଶୋଦା । ଭଗବାନ ଶ୍ରୀକୃଷ୍ଣ ଏହି ୫୬ ଭୋଗ ବ୍ୟଞ୍ଜନ ଗ୍ରହଣ କରି ପ୍ରସନ୍ନ ହୋଇଥିଲେ ତାଙ୍କର ସାତଦିନର କ୍ଷୁଧା ଦୂର ହୋଇଥିଲା । ଏହି ୫୬ ଭୋଗ ପରମ୍ପରା ସେହି ଦିନଠାରୁ ରହିଆସିଛି । 

  • Tags:

Subscribe

National International State Sports Entertainment