ଆଜି କାଳୀୟ ଦଳନ ଏକାଦଶୀ, ଶ୍ରୀମନ୍ଦିରରେ ହେବ କାଳୀୟଦଳନ ବେଶ
Khabar Odisha:To-day-is-kalia-dalan-ekadashi
ଭୁବନେଶ୍ୱର, ସେପ୍ଟେମ୍ବର ୦୬(ଖବର ଓଡ଼ିଶା) :

ଆଜି ହେଉଛି ଉପଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି । ଆଜିର ଦିନଟି କାଳୀୟଦଳନ ଏକାଦଶୀ ନାମରେ ଖ୍ୟାତ । ଏହି ଦିନରେ ଶ୍ରୀମନ୍ଦିରରେ  ମହାପ୍ରଭୁମ।ନେ କାଳୀୟଦଳନ ବେଶ ଧାରଣ କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଯମୁନା ନଦୀରେ କାଳୀୟ ନାଗକୁ ସଂହାର କରିଥିଲେ ।

ଏ ସଂପର୍କିତ ଏକ ସୁନ୍ଦର କଥା ଧର୍ମ ଗ୍ରନ୍ଥ ମାନଙ୍କରେ ଅବତାରଣା କରାଯାଇଛି । ଗରୁଡ଼ ଭୟରେ ଯମୁନା ନଦୀରେ ଆଶ୍ରୟ ନେଇଥିବା କାଳୀୟ ନାଗର ବିଷ ଜ୍ଜାଳାରେ ଯମୁନାର ଜଳ ବିଷ ପାଲଟି ଯାଇଥିଲା ଓ କଳା ହୋଇଯାଇଥିଲା । ଯମୁନା କୂଳରେ କେବଳ ଏକ କଦମ୍ବ ଗଛକୁ ଛାଡ଼ି ଦେଲେ ବିଷ ଜ୍ଜାଳାରେ ଆଉ କୌଣସି ଗଛ ଉଧଉ ନଥିଲା । ଭଗବାନ ଶ୍ରୀକୃଷ୍ଣ ଯମୁନା କୂଳରେ ଖେଳୁଥିବା ବେଳେ ତାଙ୍କ ପେଣ୍ଡୁଟି ପାଣିରେ ପଡ଼ିଗଲା । କାଳୀୟ ଶ୍ରୀକୃଷ୍ଣଙ୍କୁ ଜଳ ମଧ୍ୟକୁ ଭିଡ଼ି ନେଲା । କାଳୀୟ କୃଷ୍ଣଙ୍କୁ କାବୁ କରିବ କ’ଣ କୃଷ୍ଣ କାଳୀୟ ଉପରେ ଚଢି ନୃତ୍ୟ ଆରମ୍ଭ କରିଦେଲେ । ନାଗ ପତ୍ନୀମାନଙ୍କ ଅନୁରୋଧକ୍ରମେ କୃଷ୍ଣ କାଳୀୟକୁ ଛାଡ଼ିଦେଲେ । କାଳୀୟ ଯମୁନା ନଦୀ ପରିତ୍ୟାଗ କଲା । ଆଜିର ଦିନଟି ପୁରାଣର ଏହି କଥାକୁ ବର୍ଷ ବର୍ଷ ଧରି ସାଇତି ରଖିଛି ।        

  • Tags:

Subscribe

National International State Sports Entertainment