ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ ନୀତି
Khabar Odisha:Pahili-bhoga-rituals-at-Shree-mandir
ପୁରୀ, ଡିସେମ୍ବର ୧୬ (ଖବର ଓଡିଶା):

ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହଲିଭୋଗ ନୀତି । ଆଜି ଭୋର ୩ଟାରୁ ଦ୍ୱାର ଫିଟା ଯାଇଛି । ଗୋପାଳ ବଲ୍ଲଭ ଭୋଗ ସହିତ ପହିଲିଭୋଗ ଲାଗି ହୋଇଛି । ଏହା ଆସନ୍ତା ମକର ସଂକ୍ରାନ୍ତି ପର୍ୟ୍ୟରନ୍ତ ଚାଲିବ । ଏକ ମାସ ଧରି ରାତି ୧୧ଟାରେ ପହୁଡ଼ ପଡ଼ିବ ଓ ଭୋର ୩ଟାରୁ ଦ୍ୱାର ଫିଟା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଏକ ମାସ ଧରି ବାପଘରକୁ ଯାଇଥାଆନ୍ତି । ଏହି ସମୟରେ ମା’ ଯଶୋମତୀ ମହାପ୍ରଭୁଙ୍କୁ ବିଭିନ୍ନ ସ୍ୱତନ୍ତ୍ର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇ ଥାଆନ୍ତି । ପହିଲି ଭୋଗରେ ବଡ଼ ଝିଲ୍ଲୀ, ଦରସୁଆ, ଏଣ୍ଡୁରୀ, କାକରା, ଆରିସା, ଗଇଁଠା, ମଣ୍ଡା ଇତ୍ୟାଦି ଦିବ୍ୟଭୋଗମାନ ଲାଗି ହୋଇଥାଏ । ଏହା ଅବଢ଼ା ମଧ୍ୟ ଶୀଘ୍ର ମିଳିଥାଏ । 

ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପହିଲି ଭୋଗ ଖାଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Subscribe

National International State Sports Entertainment