ଦେବତାମାନଙ୍କ ଏହି ବାହନ ଗୁଡ଼ିକ ଆମକୁ କଣ ସୂଚକ ପ୍ରଦାନ କରିଥାନ୍ତି, ଜାଣନ୍ତୁ ରୋଚକ ତଥ୍ୟ
Khabar Odisha:Know-the-gods-own-vehicle
ଭୁବନେଶ୍ୱର, ସେପ୍ଟେମ୍ବର ୦୩(ଖବର ଓଡ଼ିଶା) :

 ହିନ୍ଦୁଧର୍ମର ଦେବାଦେବୀମାନଙ୍କ ବାହନ ହେଉଛନ୍ତି ବିଭିନ୍ନ ପଶୁପକ୍ଷୀ । ପ୍ରତ୍ୟେକ ଦେବଦେବୀଙ୍କର ନିର୍ଦ୍ଦିଷ୍ଟ ବାହନ ଅଛନ୍ତି । ଆଧ୍ୟାତ୍ମିକ ଦୃଷ୍ଟିରୁ  ଦେବାଦେବୀମାନଙ୍କ ବାହନ ମଧ୍ୟରେ ରହସ୍ୟମୟ ତଥ୍ୟ ଓ ପ୍ରେରଣା ଲୁଚି ରହିଛି । ଆସନ୍ତୁ ଜାଣିନେବା ।

ଗଣେଷଙ୍କର ବାହନ ହେଉଛି ମୂଷା । ମୂଷା ଅସ୍ଥିରତାର ପ୍ରତୀକ । ଅସ୍ଥିରତାକୁ ଗଣେଷ ନିୟନ୍ତ୍ରଣ କରନ୍ତି । ସରସ୍ୱତୀଙ୍କ ବାହନ ହେଉଛି ହଂସ । ହଂସ ଆବର୍ଜନା ମଧ୍ୟରୁ ସାର ଓ ଶୁଦ୍ଧ ପଦାର୍ଥ ଗୁଡ଼ିକ ଗ୍ରହଣ କରିଥାଏ । ସରସ୍ୱତୀଙ୍କ ପୂଜା କଲେ ଜ୍ଞାନମାନଙ୍କ ମଧ୍ୟରୁ ଦିବ୍ୟ ଓ ଶାସ୍ୱତ ଜ୍ଞାନ ପ୍ରାପ୍ତ ହୁଏ । ଶିବଙ୍କ ବାହନ ହେଉଛନ୍ତି ବୃଷଭ । ବୃଷଭର ଶ୍ୱେତବର୍ଣ୍ଣ ସତ୍ତ୍ୱ ଗୁଣର ପ୍ରତୀକ ଓ ତାର ଚାରିଗୋଡ଼ ଧର୍ମର ଚାରି ସ୍ତମ୍ଭ ଯଥା ଦୟା, ଦାନ, ଜପ, ଶୌଚର ପ୍ରତୀକ । ଦୁର୍ଗାଙ୍କର ବାହନ ସିଂହ ଅଟେ । ସିଂହ ବଳଶାଳୀ । ଦୁର୍ଗାଙ୍କ ଉପାସକ ସେହିପରି ଶକ୍ତିଶାଳୀ ହୋଇଥାନ୍ତି । ବିଷ୍ଣୁଙ୍କ ବାହନ ଗରୁଡ଼ ଅଟେ । ଗରୁଡ଼ ବେଗଶାଳୀ ଓ ଦୂରଦୃଷ୍ଟି ସଂପନ୍ନ । ବିଷ୍ଣୁଙ୍କ ଆରାଧନା କଲେ ଭକ୍ତ ଧର୍ମ ବଳରେ ବଳୀୟାନ ଓ ଦିବ୍ୟଦୃଷ୍ଟି ସଂପନ୍ନ ହୁଏ ।

ସଂସାରରେ କିଏ ଛୋଟ କିଏ ବଡ଼ ନାହାନ୍ତି । ଆମେ ଯେଉଁମାନଙ୍କୁ ଇତର ପ୍ରାଣୀ ବୋଲି ଭାବୁଥାଉ ସେମାନେ କୌଣସି ନା କୌଣସି କ୍ଷେତ୍ରରେ ଯେ ବଳଶାଳୀ ଏହି ସୂଚକ ଦେବାଦେବୀଙ୍କ ନିକଟରେ ଥିବା ବାହନ ଗୁଡ଼ିକ ନିକଟରୁ ମିଳିଥାଏ । ତା ନହୋଇଥିଲେ ସେମାନେ ଦେବଦେବୀଙ୍କ ଏମିତି ପ୍ରିୟ ହୋଇନଥାନ୍ତେ । 

  • Tags:

Subscribe

National International State Sports Entertainment