୨ମାସ ପରେ ରାଜ୍ୟରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ, ଗଂଜାମରେ ଓକିଲଙ୍କ ଆନ୍ଦୋଳନ
Khabar Odisha:Ganjam-lawyer-association-cease-work
କଟକ/ଗଂଜାମ, ନଭେମ୍ବର ୧୫(ଖବର ଓଡ଼ିଶା):

ଗୋଟିଏ ପଟେ ଦୀର୍ଘ ଅଢ଼େଇ ମାସ ପରେ ରାଜ୍ୟର ସମସ୍ତ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଥିବା ବେଳେ ଅନ୍ୟପକ୍ଷରେ ଗଂଜାମରେ ଆଜି ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ । ଆଇନଜୀବୀଙ୍କୁ ଥାନାରେ ମାଡ଼ ମରା ଅଭିଯୋଗରେ ବନ୍ଦ ଡାକରା ଦିଆଯାଇଛି । 

ଗତ ମଙ୍ଗଳବାର ଆଇନଜୀବୀ ହରପ୍ରସାଦ ଦାସଙ୍କୁ ବୁଗୁଡ଼ା ଥାନାଧିକାରୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଜିଲ୍ଲା ଓକିଲ ସଂଘ କୋର୍ଟ ବର୍ଜନ କରିଛି । ସଂପୃକ୍ତ ଥାନାଧିକାରୀଙ୍କୁ ଗିରଫ କରିବା ଦାବିରେ ସଂଘ କାର୍ଯ୍ୟବନ୍ଦ କରିଛି । ଆଇନଜୀବୀମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହା ସହିତ ଏକ ଦାବିପତ୍ର ଡିଆଇଜି, ରାଜ୍ୟ ସରକାର ଓ ହାଇକୋର୍ଟକୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । 

ଅନ୍ୟପକ୍ଷରେ କଟକରେ ଆଇନଜୀବୀଙ୍କୁ ମାଡ଼ ମରାଯିବା ଘଟଣାର ସମାଧାନ ହୋଇଛି । ତିନି ଜଣ ପୋଲିସ କର୍ମୀ ଭୁଲ ମାଗିବା ପରେ ହାଇକୋର୍ଟ ବାର ଆସୋସିଏସନ୍‌ ଆନ୍ଦୋଳନରୁ ଓହରିଛି । ଆଜିଠାରୁ ଓକିଲମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଫଳରେ ହାଇକୋର୍ଟଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । 

Subscribe

National International State Sports Entertainment