ସେପ୍ଟେମ୍ବର ୯ କୁଶ ଗ୍ରହଣ ଅମାବାସ୍ୟା, ବିନା କୁଶରେ ପୂଜା ହୋଇଥାଏ ନିଷ୍ଫଳ
Khabar Odisha:9th-September-kush-grahan-amavasya
ଭୁବନେଶ୍ୱର, ସେପ୍ଟେମ୍ବର ୦୪(ଖବର ଓଡ଼ିଶା) :

ଆଗାମୀ ସେପ୍ଟେମ୍ବର ୯ରେ ଭାଦ୍ରବ କୃଷ୍ଣ ଅମାବାସ୍ୟା । ଏହି ଅମାବାସ୍ୟାକୁ କୁଶ ଗ୍ରହଣ ଅମାବାସ୍ୟା ବୋଲି କୁହାଯାଇଥାଏ । ସନାତନ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ବିନା କୁଶରେ କରାଯାଉଥିବା ପୂଜା ନିଷ୍ଫଳ ହୋଇଥାଏ । ପୂଜା ଅବସରରେ ଏଥିପାଇଁ ନିୟୋଜିତ ବ୍ରାହ୍ମଣମାନଙ୍କୁ ଅନାମିକା ଅଙ୍ଗୁଳିରେ କୁଶ ବଟୁ ପିନ୍ଧିବାକୁ ଦେଇଥାନ୍ତି ।

ବାମ ହାତରେ ତିନୋଟି କୁଶ ଏବଂ ଦକ୍ଷିଣ ହସ୍ତରେ ଦୁଇଟି କୁଶରେ ନିର୍ମିତ ପବିତ୍ର ବଟୁ ଧାରଣ ପୂର୍ବକ ପୂଜାରମ୍ଭ କରାଯାଏ । 

ପୁରୋହିତ ସର୍ବଦା କୁଶକୁ ଗଙ୍ଗାଜଳ ମିଶ୍ରିତ ଜଳରେ ବୁଡ଼ାଇ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଉପରେ ସିଞ୍ଚିଥାନ୍ତି । ଭାଦ୍ରବ କୃଷ୍ଣ ଅମାବାସ୍ୟା ଦିନ ପୁରା ବର୍ଷର ଧାର୍ମିକ କାର୍ଯ୍ୟ ଓ କର୍ମ କର୍ମାଣୀ ପାଇଁ ପୁରୋହିତଙ୍କ ଦ୍ୱାରା କୁଶ ସଂଗ୍ରହ କରାଯାଇଥାଏ । କୁଶ ୧୦ ପ୍ରକାରର ହୋଇଥାଏ । ଯାହା ମିଳିଥାଏ ତାହା ବ୍ୟବହାର କରିବା ଉଚିତ । ତେବେ ଅଗ୍ରଭାଗ କଟି ନଥିବା, ସାତପତ୍ର ବିଶିଷ୍ଟ ହୋଇଥିବା ଓ ମୂଳ ସୁତୀକ୍ଷଣ ହୋଇଥିବ ତାହା ଉଭୟ ଦେବ ଓ ପିତୃ କାର୍ଯ୍ୟରେ ଉପଯୋଗ କରାଯାଇଥାଏ । 

  • Tags:

Subscribe

National International State Sports Entertainment