ପ୍ରୟାଗ କୁମ୍ଭରେ ପାଂଚ ହଜାର ଯୁବା ହେବେ ସେବା ମିତ୍ର, ସେପ୍ଟେମ୍ବର ୫ରେ କରାଯିବ ମନୋନୟନ
Khabar Odisha:5k-Volunteer-to-be-selected-for-sevamitra-for-kumbhamela
ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩(ଖବର ଓଡ଼ିଶା) :

 କୁମ୍ଭ ୨୦୧୯ ଅବସରରେ ପାଂଚ ହଜାର ଯୁବକ ସେବା ମିତ୍ର ଭାବେ ନଜରକୁ ଆସିବେ । ସ୍ନାନ ଘାଟର ସଫା ସୁତୁରା ଠାରୁ ଆରମ୍ଭ କରି ହଜି ଯାଇଥିବା ଶ୍ରଦ୍ଧାଳୁଙ୍କୁ ଖୋଜି ଆଣିବା, ବରିଷ୍ଠ ନାଗରିକଙ୍କୁ ସହାୟତା କରିବା, ରୋଗାକ୍ରାନ୍ତ ଭକ୍ତ ଓ ଦର୍ଶନାର୍ଥିଙ୍କ ଚିକିତ୍ସା କରାଇବା, ଦୁର୍ଘଟଣା ରୋକିବା ଦିଗରେ ପୋଲିସ ସହିତ ମିଶି କାମ କରିବା କ୍ଷେତ୍ରରେ ସେମାନଙ୍କ ଭୂମିକା ରହିବ ।

କୁମ୍ଭ ମେଳା ପରିସର ସମେତ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡରେ ମୂତୟନ ହେବେ ସେବା ମିତ୍ର । ପର୍ଯ୍ୟାୟକ୍ରମେ ବଦଳୁଥିବା ସେବାମିତ୍ରଙ୍କ ୨୪ ଘଣ୍ଟିଆ ସେବାକୁ ନିଶ୍ଚିତତା କରାଯିବ ।

ଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ମୋତିଲାଲ ନେହରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟଅଫ୍ ଟେକ୍ନୋଲଜି, ଟ୍ରିପଲ ଆଇଟି, ରୋଟାରି କ୍ଲବ, ଲାୟନ୍ସ କ୍ଲବ ଆଦିରୁ ସ୍ୱେଚ୍ଛାସେବୀଙ୍କୁ ବଛାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସବୁଠୁ ଭଲ କାମ କରିଥିବା ସ୍ୱେଚ୍ଛାସେବୀଙ୍କୁ କୁମ୍ଭମେଳା ଶେଷରେ ସମ୍ବର୍ଦ୍ଧିତ କରାଯିବ । 

  • Tags:

Subscribe

National International State Sports Entertainment