ଧର୍ମ ପରିବର୍ତନର ଆଶଙ୍କାରେ ସ୍କୁଲ ଯିବା ଛାଡ଼ିଲେ ଛାତ୍ରୀ
Khabar Odisha:students-caste-change-in-delhi

 ଯେଉଁ ଭାରତ ବର୍ଷରେ  ସରକାରଙ୍କର ପ୍ରଚେଷ୍ଠାରେ ବେଟି ବଚାଅ ଓ ବେଟି ପଢାଅର ନାରା ସାରା ଭାରତବର୍ଷରେ ଖୁବ ଦ୍ରୁତ ଗତିରେ ଆଗକୁ ବଢି ଚଲିଛି କିନ୍ତୁ ଧର୍ମ ପରିବର୍ତନର ଡ଼ର ପାଇଁ ଦିଲ୍ଲୀରେ ନାଜିୟାବାଦର ଶାହିବାବାଦ ଥାନା ଅନ୍ତର୍ଗତ ଅର୍ଥଲାରେ ଜଣେ ଛାତ୍ରୀଙ୍କୁ ବାଧ୍ୟ ହୋଇ ମନ ଭିତରେ ଥିବା ଭୟ ପାଇଁ ଦଶମ ଶ୍ରେଣୀର ପ୍ରି ବୋର୍ଡ଼ ପରୀକ୍ଷା ଛାଡ଼ିବା ପାଇଁ ପଡ଼ିଛି । ଛାତ୍ରୀଙ୍କ କହିବା ଅନୁସାରେ ସ୍କୁଲରେ ପଢୁଥିବା ଛାତ୍ର ଫିରୋଜ ଏବଂ ତାଙ୍କର ସାଙ୍ଗ ମାନେ ରାସ୍ତାରେ ତାଙ୍କୁ ହଇରାଣ କରିବା ସହ ଧର୍ମ ପରିବର୍ତନ କରେଇଦେବା ଏବଂ ଉଠେଇନେବାର ଧମକ ମଧ୍ୟ ଦିଅନ୍ତି । ସଂପୃକ୍ତ ଛାତ୍ରମାନଙ୍କର କାର୍ଯ୍ୟକଳାପ ବଢିବା ପରେ ଛାତ୍ରୀଙ୍କ ମନରେ ସେମାନଙ୍କ ପାଇଁ ଭୟ ସୃଷ୍ଟି ହୋଇଥିଲା ଯାହା ଫଳରେ ଛାତ୍ରୀ ଜଣଙ୍କ ପ୍ରି ବୋର୍ଡ଼ ପରୀକ୍ଷା ଛାଡ଼ି ସେ ତାଙ୍କ ବାନ୍ଧବୀଙ୍କ ଘରେ ପାଠ ପଢୁଛନ୍ତି  । ଛାତ୍ରୀ ଜଣଙ୍କ ଭୟଭୀତ ହୋଇଥିବା ଦେଖି ତାଙ୍କ ବଡ଼ ଭଉଣୀ ଓ ପରିବାର ଲୋକ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ପୋଲିସକୁ  ଜଣାଇଥିଲେ ପଂଳରେ ପୋଲିସ ଏହି ଘଟଣା ଉପରେ ତଦନ୍ତ କରି  ମାମଲା ରୁଜୁ କରିଥିଲା ଏବଂ ଦୋଷୀଙ୍କୁ ଗିରଫ କରିଥିଲା ।  ଛାତ୍ରୀ ଜଣଙ୍କ ଭୟଭୀତ ଥିବାରୁ ସେ ଆଜି ବି ସ୍କୁଲ ଯିବା ପାଇଁ ଡ଼ରୁଛନ୍ତି । ପୋଲିସ ପକ୍ଷରୁ ମାମଲା ରୁଜୁ ହେଲେ ମଧ୍ୟ ପରିବାର ବର୍ଗ ଆଜି ବି ଭୟର ଆଶଙ୍କା କରୁଛନ୍ତି । ଏବେ ଛାତ୍ରୀଙ୍କ ସହ ତାଙ୍କ ଭାଇ ଯିବା ଆସିବା କରୁଛନ୍ତି କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ଛାତ୍ରୀ ଜଣଙ୍କ କେମିତି ପଢିବେ ଏବଂ ଆଗକୁ ବଢିବେ ତାହା ବର୍ତମାନ ଚିନ୍ତାର ବିଷୟ ହୋଇଛି ।

  • Tags:

Subscribe

National International State Sports Entertainment