ସୁନ୍ଦରୀ ପତ୍ନୀ ଏବଂ ଚାକିରୀ ପାଇଁ ଭାରତର ଏହି ମନ୍ଦିରରେ ପୁରୁଷମାନେ କରନ୍ତି ୧୬ ଶୃଙ୍ଗାର
Khabar Odisha:strange-indian-temple-where-men-have-to-do-makeup-for-getting-beautiful-wife-and-good-job
ନୂଆଦିଲ୍ଲୀ, ଡିସେମ୍ବର ୦୭ (ଖବର ଓଡିଶା) :

ମହିଳାମାନେ ସଜ୍ଜବାଜ ହେଉଥିବା ଘଟଣା ଆପଣମାନେ ଶୁଣିଥିବେ । କିନ୍ତୁ ଯଦି ଆପଣଙ୍କୁ କେହି କହିବେ କି ଭାରତର ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ଭଗବାନଙ୍କ ଦର୍ଶନ କରିବା ପାଇଁ ପୁରୁଷମାନେ ୧୬ ଶୃଙ୍ଗାର କରି ପହଂଚନ୍ତି । ତେବେ ଏହା ଶୁଣିବାକୁ ଆପଣଙ୍କୁ ଟିକେ ଅଲଗା ଲାଗିବ ନିଶ୍ଚୟ । ଏଠାକୁ ଆସୁଥିବା ପ୍ରତ୍ୟେକ ପୁରୁଷଙ୍କର କିଛି ମୁଖ୍ୟ ଉଦ୍ଦେଶ୍ୟ ଥାଏ । ସେମାନେ ଏଠାକୁ ନିଜ ଜିବନୀ ସହ ଜଡିତ ବହୁ ମହତ୍ୱପୂର୍ଣ୍ଣ ଜିନିଷ ମାଗିବାକୁ ଆସିଥାନ୍ତି । 

ପୁରୁଷମାନଙ୍କ ସହ ଜଡିତ ଏହି ଅଜବ ଗଜବ ପ୍ରଥା ଦକ୍ଷିଣ ଭାରତର କେରଳରେ ଦେଖିବାକୁ ମିଳେ । ଏଠାରେ ପୁରୁଷମାନେ ସୁନ୍ଦରୀ ସ୍ତ୍ରୀ ଏବଂ ଚାକିରୀ ପାଇଁ ସଜବାଜ ହୋଇ ସାଢୀ ପିନ୍ଧି ମନ୍ଦିର ଦର୍ଶନ ପାଇଁ ଆସି ଥାନ୍ତି ।  କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟନକୁଲଙ୍ଗରାରେ ଶ୍ରୀଦେବୀ ନାମକ ଏକ ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଏଠାରେ ମାତାଙ୍କର ମୂର୍ତି ଆପେ ଆପେ ପ୍ରକଟ ହୋଇଥିଲା । ସେହି ସମୟରେ କିଛି ଲୋକମାନେ ମହିଳାଙ୍କ ବସ୍ତ୍ର ପିନ୍ଧି ମାତାଙ୍କର ପୂଜାର୍ଚ୍ଚନା କରିଥିଲେ । ଯାହାକି ପରବର୍ତୀ ସମୟରେ ପ୍ରଥାରେ ପରିବର୍ତନ ହୋଇଥିଲା । ଏଠାକୁ ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ଆସି ଥାନ୍ତି । 

ପ୍ରତି ବର୍ଷ ୨୩ ଏବଂ ୨୪ ମାର୍ଚ୍ଚରେ ଶ୍ରୀଦେବୀ ମନ୍ଦିରରେ ଚାମ୍ୟାବିଲକ୍କୁ ଉତ୍ସବ ପାଳନ କରାଯାଏ । ଆପଣ ଏପର୍ଯ୍ୟନ୍ତ ଶୁଣିଥିବେ ଯେ, ଝିଅମାନେ ଭଲ ବର ପାଇବା ପାଇଁ ବ୍ରତ କରିଥାନ୍ତି କିନ୍ତୁ ଏଠାରେ ଠିକ୍ ଓଲଟା ହୋଇଥାଏ । ଏହି ମନ୍ଦିରର ଏଭଳି ରୀତିନୀତି ଦ୍ୱାରା ସମ୍ପୂର୍ଣ୍ଣ ଭାରତରେ ଏହା ପ୍ରସିଦ୍ଧ ଲାଭ କରିଛି ।  

Subscribe

National International State Sports Entertainment