୨୮ ବର୍ଷ ବୟସରେ ନେବାକୁ ଯାଉଛନ୍ତି ଅବସର, ଜାଣନ୍ତୁ ସଂଚୟ କରୁଥିବା ଏଭଳି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ
Khabar Odisha:learn-from-this-man-how-to-save-money-and-tips-for-making-property
ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡିଶା) :

 କ୍ରେଗ କ୍ୟୋରଲୋପ ନାମକ ଜଣେ ୨୫ ବର୍ଷୀୟ ଯୁବକ ଅବସର ନେବା ପାଇଁ ପ୍ରସ୍ତୁତି କରୁଛନ୍ତି । କ୍ୟୋରଲୋପ ଆମେରିକାରେ କୋଲୋରାଡୋର ଡେନବରରେ ରୁହନ୍ତି । ସେ ପେଶାରେ ଜଣେ ବାଣିଜ୍ୟ ବିଶ୍ଳେଷକ । ସେ ଲୋକପ୍ରିୟ ହୋଇଥିବା ଫାଇନାନସିଆଲ ଇଣ୍ଡିପେଣ୍ଡେନ୍ସ ରିଟାୟାରମେଂଟ ଅରଲୀ ଆନ୍ଦୋଳନର ଜଣେ ସଦସ୍ୟ । ଏହାର ଲକ୍ଷ୍ୟ ହେଉଛି ବାଣିଜ୍ୟିକ ସ୍ୱାଧୀନତା ଏବଂ ବହୁତ ଶୀଘ୍ର ସେବାନୁବୃତି । ଏହି ଅନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତମାନେ ଅତି କମରେ ନିଜ ଗୁଜୁରାଣ ମେଂଟାଇ ଶୀଘ୍ର ଅବସର ନେବାକୁ ଚେଷ୍ଟା କରନ୍ତି । ତେବେ  କ୍ୟୋରଲୋପ ୨୮ ବର୍ଷରେ ଅବସର ନେବେ ବୋଲି ନିର୍ଦ୍ଧାରିତ କରିଛନ୍ତି । 

ତେବେ ଏଭଳି ସଂଚୟ କରୁଥିବା ଏହି ଯୁବକ ନିଜ ଶୋଇବା ଘରକୁ ମଧ୍ୟ ଭଡାରେ ଦେଇଛନ୍ତି ଏବଂ ନିଜେ ଏକ ବର୍ଷ ହେବ ଲିଭିଙ୍ଗ ରୁମରେ ଶୋଉଛନ୍ତି । କେବଳ ସେତିକି ନୁହେଁ ସେ ନିଜ କାରକୁ ମଧ୍ୟ ଭଡାରେ ଦେଇ ସାଇକେଲରେ ଯିବା ଆସିବା କରୁଛନ୍ତି । ପ୍ରତି ମାସ ସେ ନିଜ କାରରୁ ୪୦୦ରୁ ୭୦୦ ଡଲାର ରୋଜଗାର କରି ପାରୁଛନ୍ତି । ତାଙ୍କ ମତରେ ସମ୍ପତି ସେତେବେଳେ ହୋଇ ପାରିବ ଯେତେବେଳେ ଆପଣ ସେଥିରୁ କିଛି ଅର୍ଥ ଉପାର୍ଜନ କରି ପାରୁଥିବେ । ତେଣୁ ସମ୍ପତି ବଢାଇବା ଉଚିତ୍ ଏବଂ ଏଥିରୁ ଅର୍ଥ ଉପାର୍ଜନ କରିବା ଉଚିତ୍ । 

କ୍ୟୋରଲୋପ ଘର କିଣି ଏହାର ଚାରି ବଖରାକୁ ଭଡାରେ ଦେଇ ଏବେ ରୋଜଗାର କରି ପାରୁଛନ୍ତି । ତାଙ୍କ ବେଡରୁମରେ ମଧ୍ୟ ତାଙ୍କ ସହ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଭଡାରେ ଦେଇ ସେ ମାସକୁ ୭୦୦ ଟଙ୍କା ଉପାର୍ଜନ କରୁଛନ୍ତି । ତେବେ ତାଙ୍କର ଘର ଭଡାରୁ ପ୍ରତିମାସ ୩୧୦୦ ଡଲାର ରୋଜଗାର କରୁଛନ୍ତି । ସେ ଲକ୍ଷ୍ୟ ରଖିଛନ୍ତି କି, କିଛି ବର୍ଷ ମଧ୍ୟରେ ତାଙ୍କ ପାଖରେ ଚଳିବା ପାଇଁ ଭଡାରୁ ପର୍ଯ୍ୟାପ୍ତା ଟଙ୍କା ଆସିଯିବ ଯାହା ଫଳରେ ତାଙ୍କୁ କାମ କରିବାକୁ ପଡିବ ନାହିଁ । 

Subscribe

National International State Sports Entertainment