ଛୁଆକୁ ବଞ୍ଚାଇବା ପାଇଁ ସାପ ସହ ଲଢେଇ କଲା ମା କୁକୁର, ଦେଖନ୍ତୁ ଭିଡ଼ିଓ
Khabar Odisha:dog-fight-with-cobra-to-save-puppies-video

ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ ଗୋଟିଏ ମା କୁକୁର ଏକ ସାପ ସହ ଲଢେଇ କରିଛି। କୁକୁର ଓ ସାପ ମଧ୍ୟରେ ହୋଇଥିବା ଏହି ଲଢେଇର  ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବହୁତ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଗୋଟିଏ କୁକୁର ବିଷାକ୍ତ ଗୋଖର ସାପ ସହ ମୁହାଁମୁହିଁ ହେଉଥିବା ସ୍ପଷ୍ଟ ଦେଖାଯାଉଛି। ଏହି ଲଢେଇ ପଛରେ କାହାଣୀ ବହୁତ ମାର୍ମିକ ରହିଛି।

ସୂଚନା ମୁତାବକ ଗୋଖର ସାପ ଏହି କୁକୁରର ଦୁଇଟି ଛୁଆକୁ ମାରି ଦେଇଥିଲା। ଏହା ପରେ ନିଜର ଅନ୍ୟ ପିଲାଙ୍କୁ ବଞ୍ଚାଇବା ପାଇଁ ମା କୁକୁର ଗୋଖର ସାପ ସହ ଲଢେଇ କରିଥିଲା। ଭିଡ଼ିଓରେ ନଜର ଆସୁଛି ଯେ କୁକୁରଟି ସାପ ଉପରେ ଲଗାତାର ଭୋକି ଚାଲିଛି ଏବଂ ସାପକୁ ନିଜ ଛୁଆ ପାଖରୁ ହଟାଇବାକୁ ଚେଷ୍ଟା କରୁଛି। ବହୁତ ଲମ୍ବା ଓ ବିଷାକ୍ତ ଗୋଖର ସାପ ମଧ୍ୟ କୁକୁର ଉପରେ ଲଗାତାର ଆକ୍ରମଣ କରୁଥାଏ। କୁକୁର ନିଜର ପିଲାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଉଦ୍ୟମ ମଧ୍ୟ କରୁଥାଏ। ମାତ୍ର କୁକୁର କୌଣସି ପ୍ରକାରେ ଗୋଖର ସାପର ବିଷରୁ ବଞ୍ଚି ଯାଇଛି। କିଛି ସମୟ ପର୍ୟ୍ୟ ନ୍ତ କୁକୁର ଓ ସାପ ମଧ୍ୟରେ ଏହି ଲଢେଇ ଜାରି ରହିଛି।

ଏହି ଭିଡ଼ିଓ ଓଡ଼ିଶାର ଭଦ୍ରକ ଜିଲ୍ଲାର ହୋଇଥିବା କୁହାଯାଉଛି। ଗତ ମଙ୍ଗଳବାର ରାତିରେ ଅଚାନକ ସ୍ଥାନୀୟ ଲୋକେ  ଏକ କୁକୁର ଭୁକୁଥିବା ଶୁଣି ଉଠି ପଡିଥିଲେ। ଯେତେବେଳେ ଲୋକେ କୁକୁର ଭୁକୁଥିବା ସ୍ଥାନରେ ପହଞ୍ଚିଥିଲେ ସେଠାକାର ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ପଡ଼ିଥିଲେ। ଲୋକେ ଦେଖିଲେ ଯେ ସାପଟି ଦୁଇଟି କୁକୁର ଛୁଆକୁ ମାରି ଦେଇଛି। ସେଠାରେ ଥିବା ଅନ୍ୟ କୁକୁର ଛୁଆକୁ ମଧ୍ୟ ମାରିବାକୁ ଚେଷ୍ଟା କରୁଛି। ମାତ୍ର ମା କୁକୁର ଅନ୍ୟ ଛୁଆ ଗୁଡିକୁ ସାପ କବଳରୁ ରକ୍ଷା କରିବା ପାଇଁ ଅନବରତ ଭୋକିବା ସହିତ  ସାପକୁ ହଟାଇବା ପାଇଁ ଚେଷ୍ଟା କରୁଛି।

ଧିରେ ଧିରେ ସେଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା। ମାତ୍ର ସାପକୁ ଧରିବା ପାଇଁ କାହାରି ସାହାସ ହୋଇନଥିଲା। ଲୋକେ ତୁରନ୍ତ ସାପ ଧରାଳୀଙ୍କୁ ଏହାର ସୂଚନା ଦେଇଥିଲେ। ସଠିକ୍ ସମୟରେ ସାପ ଧରାଳୀ ସେଠାରେ ପହଞ୍ଚି ସାପକୁ ସେଠାରୁ ହଟାଇଥିଲେ। ଏହା ପରେ ବାକି କୁକୁର ଛୁଆଙ୍କ ଜୀବନ ବଞ୍ଚି ଯାଇଥିଲା। 

  • Tags:

Subscribe

National International State Sports Entertainment