ଦେଖନ୍ତୁ: ସମୁଦ୍ରର ସବୁଠୁ ଲମ୍ବା ସୁଡ଼ଙ୍ଗରୁ ମିଳିଥିବା ଆଚମ୍ବିତ କରିବା ଭଳି ଜିନିଷ
Khabar Odisha:ancient-human-remains-found-in-worlds-biggest-flooded-cave

ନୂଆଦିଲ୍ଲୀ,ଫେବୃଆରୀ୨୧(ଖବର ଓଡ଼ିଶା): ଭୂତତ୍ଵବିତ୍ ନିକଟରେ  ମେକ୍ସିକୋରେ ସମୁଦ୍ର ତଳେ ଥିବା ଏକ ଗୁମ୍ଫାର ଆବିଷ୍କାର କରିଥିଲେ।  ଯାହାକୁ ଦୁନିଆର ସବୁଠୁ ବଡ଼ ଗୁମ୍ଫାର ମାନ୍ୟତା ଦିଆଯାଇଛି। ଭୂତତ୍ଵବିତଙ୍କ ଦ୍ଵାରା ଆବିଷ୍କୃତ ଏହି ଗୁମ୍ଫା ଅବିଶ୍ଵସନୀୟ ରହିଛି।  ମାତ୍ର ଏଥିରୁ ଅଧିକ ଅବିଶ୍ଵସନୀୟ ସେହି ଗୁମ୍ଫାରୁ ମିଳିଥିବା ଜିନିଷ। 

୯୦୦୦ ବର୍ଷର ପୁରୁଣା କଙ୍କାଳ

ଭୂତତ୍ଵବିତଙ୍କୁ ଏହି ଗୁମ୍ଫାରୁ ଏକ ନର କଙ୍କାଳ ମିଳିଛି, ଯାହା ପ୍ରାୟ ୯୦୦୦ ବର୍ଷର ପୁରୁଣା କୁହାଯାଉଛି। 

ବରଫ ହୋଇ ରହିଥିଲେ ପଶୁ

ଏହି ଗୁମ୍ଫାରେ ସେହି ହିଂସ୍ର ପଶୁଙ୍କ ଅବଶେଷ ମିଳିଛି ଯାହା ବରଫ ଦୁନିଆରେ ପୃଥ୍ଵୀରେ ପରିଭ୍ରମଣ କରୁଥିଲେ। 

ମାୟା ସଭ୍ୟତାର ସତ୍ୟତା

ଏହି ଆବିଷ୍କାର ଅନେକ ଦିଗରୁ ବହୁତ ମହତ୍ଵପୂର୍ଣ୍ଣ ଅଟେ। ଏହା ଜରିଆରେ ଅତି ପୁରୁଣା ସ୍ଥଳର ଅନେକ ଜିନିଷ ଆବିଷ୍କୃତ ହୋଇଛି। ଯାହା ଲୁପ୍ତ ହୋଇଥିବା ମାୟା ସଭ୍ୟତାର କାହାଣୀକୁ ଉଜାଗର କରୁଛି।  ମାୟା ସଭ୍ୟତାର ଲୋକ ଇଶ୍ଵରଙ୍କ ସାଧନା ପାଇଁ ଗୁମ୍ପାକୁ ପବିତ୍ର ସ୍ଥଳ ବୋଲି ମାନୁଥିଲେ।

୩୪୭ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଛି ଏହି ଗୁମ୍ଫା

ସ୍ୟାକ ଏକନ ଓ ଦୋଶ ଓଜୋସ ନାମର ଏହି ଗୁମ୍ଫା ଦ୍ଵୟକୁ ସଂଯୋଗ କଲେ ଏହା ଦୁନିଆର ସବୁଠୁ ଲମ୍ବା ଗୁମ୍ଫାରେ ପରିଣତ ହେବ।  ୩୪୭ କିଲୋମିଟର ପର୍ୟ୍ୟପ୍ତ ବ୍ୟାପି ଥିବା ଏହି ଗୁମ୍ପା ବହୁତ ରହସ୍ୟମୟ ଏବଂ ଚ୍ୟାଲେଞ୍ଜିଂ ରହିଛି।

  • Tags:

Subscribe

National International State Sports Entertainment