ଭଗବାନ ଗଣେଷଙ୍କ ଚମତ୍କାରିତାର ରହିଛି ଅତୁଟ ବିଶ୍ୱାସ, ପ୍ରତିମୂର୍ତ୍ତିର ଓଜନ ବଢୁଛି
Khabar Odisha:ajab-khabar-Odisha-lord-ganesha-kanipakam-temple-in-chittoor-is-miracle-his-size-increase
ଭୁବନେଶ୍ୱର ,ଜାନୁଆରୀ ୨୩(ଖବର ଓଡ଼ିଶା):

 ଭଗବାନ ଗଣେଷଙ୍କର ଅନେକ ରୂପ ରହିଛି । ଗଣେଷ ଭଗବାନଙ୍କର କିଛି ଚମତ୍କାରିତ କାହାଣୀ ମଧ୍ୟ ଉଲ୍ଲେଖ ହୋଇଛି । ଏପରି ଅନେକ ଚମତ୍କାର ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳୁଛି । ଏପରି ଏକ ଚମତ୍କାର ଚିତୁରର କନିପକ୍କମର ଗଣପତିଙ୍କ ମନ୍ଦିରରେ ରହିଛି । ଯେଉଁଠାରେ କିଛି ଏପରି ଅଦ୍ଭୁତ କାହାଣୀ ଦେଖିବାକୁ ମିଳୁଛି ।

ଚିତୁରର କନିପକ୍କମରେ ରହିଛି ଗଣେଷଙ୍କ ମନ୍ଦିର । ସେଠାରେ କିଛି ଏପରି ଅଦ୍ଭୁତ କାହାଣୀ ଦେଖିବାକୁ ମିଳୁଛି । ଏହି ମନ୍ଦିରରେ ଗଣପତିଙ୍କ ସ୍ଥାପନା ଚୋଳ ବଂଶୀୟ ରାଜା କୁଳୋତୁଙ୍ଗ କରିଥିଲେ । ଏହି ମନ୍ଦିର ଯେତେ ପ୍ରାଚୀନ ରହିଛି ତାର କାହାଣୀ ସେତେ ଚମତ୍କାର । ମାନ୍ୟତା ଅନୁସାରେ ବହୁତ ବର୍ଷ ପୂର୍ବରୁ ଏଠାରେ ତିନି ଭାଇ ବସବାସ କରୁଥିଲେ । ସେଥିମଧ୍ୟରୁ ଜଣେ ଅନ୍ଧ,ଜଣେ ମୂକ ଓ ଅନ୍ୟଟି କାଲା ଥିଲା । ତିନି ଜଣ ନିଜ କ୍ଷେତ ପାଇଁ କୂଅ କରୁଥିବା ବେଳେ ଗୋଟିଏ ପଥର ଦେଖାଦେଇଥିଲା । କିଛି ସମୟ ଅଧିକ ଖୋଳିବାରୁ ସେଥିରୁ ରକ୍ତ ଧାର ବାହାରିଥିଲା । ସେଠାରେ ଏକ ଚମତ୍କାର ଘଟଣା ଘଟିଲା । ଗଣେଷ ଭଗବାନ ସେଠାରେ ଅର୍ବିଭାବ ହେବା ସହ ସେମାନଙ୍କ ବିକଳାଙ୍ଗ ଠିକ ହୋଇଗଲା । ଏହି ପ୍ରତିମା ଓ କୃପା ଗାଁରେ ପ୍ରଚାର ହେବା ପରେ ଅନେକ ଭକ୍ତ ସେଠାକୁ ଆସିଲେ । ଗଣେଷଙ୍କ ସେହି ପ୍ରତିମାକୁ ସେଠାରେ ପ୍ରତିଷ୍ଠା କରାଯାଇଥିଲା ।

ଏଠାରେ ଅସୁଥିବା ଭକ୍ତଙ୍କ କହିବାନୂଯାୟୀ ପୂଜା ପାଉଥିବା ଭଗବାନ ଗଣେଷଙ୍କ ପ୍ରତିମୂତ୍ତିର  ଆକାର ଦିନକୁ ଦିନ ବୃଦ୍ଧି ହେଉଛି । ଏହାର ବଡ଼ ପ୍ରମାଣ ହେଉଛି ଭଗବାନଙ୍କ ଶରୀର ବଢିଛି ।କେବଳ ଗଣେଷ ଭଗବାନଙ୍କ ମୂର୍ତ୍ତି ହିଁ ନାହିଁ ଯେଉଁ ସବୁ ନଦୀଗୁଡ଼ିକରେ ଗଣେଷ ବିରାଜମାନ ଅଛନ୍ତି ସେଠି ମଧ୍ୟ କିଛି ନା କିଛି ଚମତ୍କାର ଦେଖିବାକୁ ମିଳିଛି । ମନସ୍କାମନାପୂଣ୍ଣ ହେଉଥିବାରୁ ଦୈନନ୍ଦିନ ଜୀବନର ଛୋଟ ଛୋଟ ଶପଥ ମଧ୍ୟ ଆସି ଏଠାରେ ନେଉଛନ୍ତି ଭକ୍ତ । କିନ୍ତୁ ଏଠାରେ ଭଗବାନଙ୍କ ପାଖରେ ପହଁଚିବା ପୂର୍ବରୁ ଭକ୍ତଙ୍କୁ ପାଣିରେ ବୁଡ଼ ଦେଇ ଆସିବାକୁ ପଡ଼େ ।

Subscribe

National International State Sports Entertainment