ଦୁନିଆର ସବୁଠୁ ବୟସ୍କ ବୁଢୀଆଣୀର ୪୩ ବର୍ଷରେ ମୃତ୍ୟୁ
Khabar Odisha:Worlds-Oldest-Spider-Dies-At-The-Age-Of-43-In-Western-Australia
ନୂଆଦିଲ୍ଲୀ, ଏପ୍ରିଲ ୨୯ (ଖବର ଓଡିଶା)

 ଦୁନିଆର ସବୁଠାରୁ ବୟସ୍କ ବୁଢୀଆଣୀର ମୃତ୍ୟୁ ଘଟିଛି । ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କ ଅନୁସାରେ, ୪୩ ବର୍ଷର ଏହି ଶିକାରୀ  ବୁଢୀଆଣୀକୁ ଏକ ପରଜୀବି କାମୁଡିବାରୁ ତାର ମୃତ୍ୟୁ ଘଟିଛି । ବୈଜ୍ଞାନିକମାନେ ଏହି ବୁଢୀଆଣୀକୁ ୧୬ ନମ୍ବର ନାମ ଦିଆଯାଇଥିଲା । ପଶ୍ଚିମ ଅଷ୍ଟ୍ରେଲିଆରେ ଏହି ବୁଢୀଆଣୀ ଉପରେ ୧୯୭୪ ରୁ ନଜର ରଖାଯାଉଛି । 

ଏହା ପୂର୍ବରୁ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବିତ ରହିଥିବାର ରେକର୍ଡ ମେକ୍ସିକୋର ଟାରଟୁଂଲା ନାମକ ଏକ ପାଳିତ ବୁଢୀଆଣୀ ଥଲା । କିନ୍ତୁ ନଂ-୧୬ ଶେଷ ରେକର୍ଡଧାରୀ ବୁଢୀଆଣୀ ଠାରୁ ୧୫ ବର୍ଷ ଅଧିକ ବଂଚି ରହିଥିଲା । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଗୋଟିଏ ସ୍ଥାନରେ ରହିବା କାରଣରୁ ଏହି ବୁଢୀଆଣୀ  ଏତେ ଦିନ ଧରି ଜୀବିତ ରହିପାରିଥିଲା ।

  • Tags:

Subscribe

National International State Sports Entertainment