କୁକୁଡାକୁ ଜୀବନ୍ତ ଚୋବେଇ ଖାଇଗଲା ନିଶାରେ ଚୁର ଯୁବକ
Khabar Odisha:telangana-drunken-youth-ate-a-chicken-that-was-alive
ମହବୁବାବାଦ, ଅଗଷ୍ଟ୦୨(ଖବର ଓଡ଼ିଶା):

ନିଶା ସେବନ କରିବା କିମ୍ବା ନିୟନ୍ତ୍ରଣରୁ ଅଧିକ ମଦ ପିଇଲେ ମଣିଷର ଚିନ୍ତା କରିବା ଶକ୍ତି ଶେଷ ହୋଇଯାଏ ଏବଂ ଏହା ମଣିଷକୁ କିଛି ସମୟ ପାଇଁ ରାକ୍ଷସ କରିଦିଏ। ଏମିତି ଏକ ସଦ୍ୟତମ ଘଟଣା ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାର କେସମୁଦ୍ରମ ଇଲାକାରେ ଘଟିଛି। ଏଠାରେ ନିଶାରେ ଚୁର ଥିବା ଜଣେ ଯୁବକ ଜୀବନ୍ତ କୁକୁଡାକୁ ଖାଇ ଦେଇଛି। ଜଣେ ପଥଚାରୀ ଏହାର ପୁରା ଘଟଣା ନିଜର କ୍ୟାମେରାରେ ଉଠାଇ ନେଇଛନ୍ତି। 

ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଦୁଇ ଜଣ ଯୁବକ ନିଶାରେ ଚୁର ଅଛନ୍ତି ଏବଂ ସେଥିରୁ ଜଣେ ମାଟିରେ ଶୋଇ ପଡିଛି ଏବଂ ଅନ୍ୟଟି ଜୀବନ୍ତ କୁକୁଡାକୁ ଚାବି ଚାବି ଖାଇ ଚାଲିଛି। ଲୋମକୁ ଟାଙ୍କୁରି ଦେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ କୁକୁଡାର ପରକୁ ଚିରି ଦୁଇ ଫାଳ କରି ଦେଉଛି। 

ନିଶା ସେବନ କରିବା ପୂର୍ବରୁ ଏହି ଦୁଇ ଯୁବକ ମାଂସ ପାଇଁ କୁକୁଡା କିଣିଥିଲେ। ମାତ୍ର ନିଶାରେ ଚୁର ହେବା ପରେ ଜଣେ ନିଜର ଭୋକକୁ ନିୟନ୍ତ୍ରଣ କରି ପାରି ନାହିଁ ଏବଂ କୁକୁଡାକୁ ଜୀବନ୍ତ ଖାଇ ଚାଲିଛି। 

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଯୁବକଙ୍କୁ ଖୋଜୁଛି। ପୋଲିସ ଏକ ଟିମ ଗଠନ କରି ପଶୁଙ୍କ ପ୍ରତି କ୍ରୁରତା ଓ ସାର୍ବଜନୀନ ସ୍ଥଳରେ ଅଶ୍ଳୀଳ ବ୍ୟବହାର କରିବା ମାମଲା ଦୃଷ୍ଟିରୁ ଏହି ଘଟଣାର ଯାଞ୍ଚ କରୁଛି। 

  • Tags:

Subscribe

National International State Sports Entertainment