କାହିଁକି ବିଜେଡି କହିଥିଲା ମିଛ! ସମର୍ଥନ କରିବା ପାଇଁ ବାଧ୍ୟ ହେଲାପରେ ବାହାନା ଖୋଜୁଛି କି ବିଜୁ ଜନତା ଦଳ ?
Khabar Odisha:Rajya-Sabha-Vice-Chairman-BJD-Support-JDU

ଆଜି ବିଜୁ ଜନତା ଦଳ ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପାର୍ଥୀ ହୋଇଥିବା ଜେଡୁଏ ସାଂସଦ ହରିବଂଶନକୁ ସମର୍ଥନ କରିବ ବୋଲି ଘୋଷଣା କରିସାରିଛି । ସମର୍ଥନର କାରଣ ଭାବେ କହିଥିଲେ କି ଜେଡିୟୁ ବିଜୁ ଜନତା ଦଳର ରାଷ୍ଟ୍ରପତି ପାର୍ଥୀ ପିଏ ସାଙ୍ଗମାଙ୍କୁ ଆଗରୁ ସମର୍ଥନ କରିଥିବାରୁ ସେଥିପାଇଁ ସେମାନେ ଜେଡିୟୁର ପାର୍ଥୀଙ୍କୁ ରାଜ୍ୟସଭା ଉପନିର୍ବାଚନରେ ସମର୍ଥନ କରିବେ । ହେଲେ ପରେ ଏହି ବୟାନକୁ ବଦଳାଇ କ୍ଷମା ପାର୍ଥନା କରି ସଂଶୋଧନ କରିବାକୁ ପଡିଲା କାରଣ ଜେଡିୟୁ ବିଜେଡିର ରାଷ୍ଟ୍ରପତି ପାର୍ଥୀ ପିଏ ସାଙ୍ଗମାଙ୍କୁ ସମର୍ଥନ କରିନଥିଲା । ହେଲେ କାହିଁକି ବିଜୁ ଜନତା ଦଳ କାହିଁକି ଏପରି ମିଛ କଥା ପ୍ରଥମେ କହିଲା ଏବଂ ପରେ ଏହାକୁ ବଦଳାଇଲା ତାକୁ ନେଇ ଉଠିଛି ଚର୍ଚ୍ଚା । ବିଜୁ ଜନତା ଦଳ ସବୁବେଳେ ସମଦୂରତା କଥା କହୁଥିବା ବେଳେ ସେହି ସମଦୂରତା ଇମେଜକୁ ବଂଚାଇବା ପାଇଁ ବିଜୁ ଜନତା ଦଳ ଏପରି ପ୍ରୟାସ କରିଥିଲେ ବୋଲି ଆଲୋଚନା ହେଉଛି ।

ସବୁବେଳେ ସମଦୂରତା କଥା କହୁଥିବା ବିଜୁ ଜନତା ଦଳ ରାଜ୍ୟରେ ବିଜେପି ସହିତ ମୁହାଁମୁହିଁ ଲଢି ପ୍ରଧାନମନ୍ତ୍ରୀଙ୍କୁ କଠୋର ସମାଲୋଚନା କରୁଥିବା ବେଳେ କେନ୍ଦ୍ରରେ କିନ୍ତୁ ବିଜେପି ବିରୋଧରେ ଯାଉନାହିଁ । ନିକଟରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ବେଳେ ବିଜୁ ଜନତା ଦଳ ବିରତ ରହି ଏକ ପ୍ରକାର ସନ୍ଦେଶ ଦେଇଥିଲା କି ସେମାନେ କେନ୍ଦ୍ରରେ କେଉଁଠି ନା କେଉଁଠି ବିଜେପି ବିରୋଧରେ ଯିବେ ନାହିଁ । ଏବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପାର୍ଥୀଙ୍କୁ ସମର୍ଥନ କରିବା ହେଉଛି ବୋଧହୁଏ ବିଜୁ ଜନତା ଦଳର ସେହି ବିଜେପିକୁ ଭୟର ପରିପ୍ରକାଶ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଚିଟଫଣ୍ଡ ଦୁର୍ନୀତିରେ ଶାସକ ଦଳର ନେତା ମାନଙ୍କର ସିଧାସଳଖ ସମ୍ପୃକ୍ତିର ପ୍ରମାଣ ସିବିଆଇ ପାଇଛି । ହେଲେ ସିବିଆଇ ମାତ୍ର ୨ ଜଣ ବିଧାୟକ ଏବଂ ଜଣେ ସାଂସଦଙ୍କୁ ଗିରଫ କରିଛି । ହେଲେ ସିବିଆଇ ସ୍କାନରରେ ଅଛନ୍ତି ୭ ସାଂସଦ ଏବଂ ୨୮ ବିଧାୟକ । ସିବିଆଇ କୋପରୁ ବଂଚିବା ପାଇଁ ବିଜୁ ଜନତା ଦଳ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅସୁଖି କରିବା ପାଇଁ ଚାହୁନାହାନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଭୋଟ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଥିଲା । କାରଣ ବିଜୁ ଜନତା ଦଳ ଯାହାକୁ ସମର୍ଥନ କରିବ ସେହି ପାର୍ଥୀ ଜିତିବା ସହଜ । ଆଗରୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୁ ଜନତା ଦଳ ଏନଡିଏ ପାର୍ଥୀ ଭେଙ୍କିୟା ନାଇଡୁଙ୍କୁ ସମର୍ଥନ କରିନଥିଲା କାରଣ ସେତେବେଳେ ଭେଙ୍କିୟା ନାଇଡୁଙ୍କ ପାଇଁ ଜିତିବା ପାଇଁ ସଂଖ୍ୟାର ଅଭାବ ନଥିଲା । 

Subscribe

National International State Sports Entertainment