ସୋସିଆଲ ମିଡିଆରେ ବୁଲୁଛି କୃଷିମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବକ୍ତବ୍ୟ, ପୁଣି ଅଡୁଆରେ ନବୀନଙ୍କ ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ
Khabar Odisha:Pradeep-Maharathy-Controversial-Statement-About-Women

 ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ଖବର ଓଡିଶା)-ସୋସିଆଲ୍ ମିଡିଆରେ ବୁଲୁଛି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନ  । ମହିଳାଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମହାରଥୀ, ୧ ମହିଳାଙ୍କ ୨ ସ୍ୱାମୀ କଥା ଏହି ଭିଡିଓରେ କହିଛନ୍ତି  । ଯାହାକୁ ନେଇ ଏବେ ସାଧାରଣରେ ପତିକ୍ରିୟା ପ୍ରକାଶ ପାଇଛି  ।

ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଏହିପରି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଏହିପରି ବୟାନ ଏବେ ରାଜ୍ୟ ରାଜନୀତିରେ କମ୍ପନ ଦେଖାଦେଇଛି  ।

ଏଠାରେ ଉଲେଖଯୋଗ୍ୟ ଯେ, ବିଗତ ଦିନରେ ମହିଳା ମାନଙ୍କ ଉଦ୍ଦେଶ୍ୟ ସହ ବ୍ରାହ୍ମଣ ମାନଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ତତକାଳୀନ କୃଷିମନ୍ତ୍ରୀ ଦାମୋଦର ରାଉତ ଦେଇ ମନ୍ତ୍ରୀମଣ୍ଡଳରୁ ବିଦା ହେବା ସହ ଦଳ ଉପସଭାପତି ପଦବୀରୁ ମଧ୍ୟ ବହିଷ୍କାର ହୋଇଥିଲେ  । ପରବର୍ତୀ ମୂହର୍ତ୍ତରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା  ।

Subscribe

National International State Sports Entertainment