ଦେଖନ୍ତୁ ଫଟୋରେ, ଆମେ ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ ଯାହା ବିଦେଶରୁ ଆସିଛି
Khabar Odisha:Non-Indian-Things-That-We-Have-Made-Our-Own-thing

ସକାଳୁ ରାତି ଭିତରେ ଏମିତି କିଛି ଜିନିଷ ଅଛି ଯାହାକୁ ଛାଡି ଆମେ ବଂଚିବା କଷ୍ଟ । ହେଲେ ଏଭିତରୁ ଏମିତି ଅନେକ ଜିନିଷ ଅଛି ଯାହା ବିଦେଶରୁ ଆମ ଦେଶକୁ ଆସିଛି । ପରବର୍ତି ସମୟରେ ଏଗୁଡିକ ଆମର ଅତି ଆପଣାର ହୋଇ ପାରିଛି ।

ସେଗୁଡିକରୁ କିଛି ହେଲା


ଖେଚୁଡି- ଆମର ଅତିପ୍ରିୟ ଖେଚୁଡି ଯାହା ଆମର ପର୍ବ ପର୍ବାଣି ଠାରୁ ଆରମ୍ଭକରି ନିତିଦିନିଆ ଜୀବନରେ ଏକ ପ୍ରମୁଖ ଖାଦ୍ୟ ହୋଇଯାଇଛି ।  ହେଲେ ଏହା  ୨୫୦୦ ବର୍ଷ ପୂର୍ବେ ଚାଇନାରୁ ଭାରତକୁ ଅଣାଯାଇଥିଲା ।

 

ସିଙ୍ଗଡା- ସମସ୍ତଙ୍କ ଜଳଖିଆରେ ବ୍ୟବହାର ହେଉଥିବା ପ୍ରିୟ ସିଙ୍ଗଡା ଆମ ଦେଶକୁ ମଧ୍ୟ୍ୟ ପୂର୍ବଏସିଆରୁ ଆସିଛି । ଯାହାକି ସମ୍ବୋସା ନାମରେ ନାମିତ  ।

 

ଚା- ଚା ଖଟି ଠାରୁ ଆରମ୍ଭକରି ଅଫିସ୍ ପର୍ଯ୍ୟନ୍ତ ସମସ୍ତଙ୍କର ଦରକାର ପଡୁଥିବା ଚାକୁ ଇଂରେଜ ମାନେ ଚାଇନାରୁ  ଭାରତକୁ ଆଣି ଏଠାରେ  ଲୋକପ୍ରିୟ କରାଇଥିଲେ ।

ଆଳୁ- ହାଣ୍ଡିଶାଳରେ ସବୁଠୁ ଅଧିକା ଦରକାର ହେଉଥିବା ଆଳୁ ବି ଆମର ନୁହେଁ  । ଏହା ଉତର ପଶ୍ଚିମ ବୋଲିଭିଆରୁ ଭାରତକୁ ଆସିଥିଲା ।

 

ବିରିଆନି- ଏବେ ସମଗ୍ର ଭାରତର ପସନ୍ଦ ଯୁକ୍ତ ଖାଦ୍ୟ ବିରିଆନି ଭାରତ ବର୍ଷର ନୁହେଁ । ଏହା ତୁର୍କିରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।

 

କ୍ରୀକେଟ- ଏବେ ଯୁବ ପିଢି ଠାରୁ ଆରମ୍ଭ କରି ସମସ୍ତଙ୍କର ପସନ୍ଦ ପାଲିଟିଥିବା କ୍ରୀକେଟ ଖେଳ ପ୍ରଥମେ ଇଂରେଜ ମାନଙ୍କ ଦ୍ୱାରା ଭାରତରେ ଖେଳିବା ଆରମ୍ଭ ହୋଇଥିଲା ।

 

ଗୁଡି- କାଶ୍ମିର ଠାରୁ କନ୍ୟାକୁମାରୀ ସମସ୍ତଙ୍କର ପସନ୍ଦ ଗୁଡି ଆମ ଦେଶକୁ ଚାଇନାରୁ ହିଁ ଆସିଥିଲା ।

  • Tags:

Subscribe

National International State Sports Entertainment