ଆଗରୁ ନିରଜଂନ ପଟ୍ଟନାୟକଙ୍କ ବିଷୟରେ କଣ କହିଥିଲେ ହାଇକୋର୍ଟ ?
Khabar Odisha:Niranjan-Patnaik-habitual-bribe-givers

 ଏବେ ହାଲି ହାଲି ନିରଜଂନ ପଟ୍ଟନାୟକ ପିସିସିର ଭାର ମୁଣ୍ଡେଇଛନ୍ତି । ଅଂଟା ଭିଡିଛନ୍ତି କାଳେ କିଛି ଗୋଟେ କରିପାରିବେକି । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିଲାବେଳେ କର୍ମୀଙ୍କର ମନୋବଳ ଯାହା ଥିଲା ତାହା ଏବେ ବଢିଛି । ହେଲେ ସତରେ କଣ ନିରଜଂନଙ୍କ ନେତୃତ୍ୱରେ କଂଗ୍ରେସ ଆଗେଇବ ? କାରଣ ଆଗରୁ ନିରଜଂନଙ୍କର ରାଜନୀତି ଜୀବନର ସ୍ୱଛତାକୁ ନେଇ ପ୍ରଶ୍ନ ଉଠିସାରିଛି ।

୧୯୭୯ ମସିହାରେ ଖଣି ଅଫିସର ଶଶି ଭୁଷଣ କରଙ୍କ ବିରୋଧରେ ରୁଜୁ ହୋଇଥିଲା ଏକ ଭିଜିଲାନସ ମାମଲା । ନିରଜଂନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଖଣି କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ଶଶି । ଅଭିଯୋଗ ହୋଇଥିଲା ନିରଂଜନ ପଟ୍ଟନାୟକ ପ୍ରଚୁର ଅର୍ଥ ଲାଂଚ ଦେଇ ନିଜ ଫାଇଲ ସବୁ ଅନୁମତି ଆଣି ଦେଇଥିଲେ । ଏହା ଜଣା ପଡିବା ଏହାକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ । ମାମଲାର ବିଚାର ହାଇକୋର୍ଟରେ ଚାଲିଲା ଏବଂ ୧୯୮୬ରେ ଏହାର ରାୟ ଆସିଲା । ରାୟରେ ହାଇକୋର୍ଟ ନିରଜଂନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିଲେ କଡା ସମାଲୋଚକ ମୁଳକ ଟିପଣୀ । ନିରଂଜନ ପଟ୍ଟନାୟକ ଜଣେ ଅଭ୍ୟାସଗର ଲାଂଚଦାତା ବୋଲି ହାଇକୋର୍ଟ ନିଜ ରାୟରେ ଉଲ୍ଲେଖ୍ୟ କରିଥିଲେ । ରାୟ ଆସିଲାବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ନିରଂଜନ ଥିଲେ ଏହି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ପରେ ଦ୍ୱିତୀୟ ପ୍ରଭାବଶାଳୀ ମନ୍ତ୍ରୀ । ହାଇକୋର୍ଟଙ୍କ ଏହି ରାୟ ପରେ ନିରଜଂନ ଇସ୍ତଫା ଦେଇଥିଲେ ।

Source -  indiankanoon.org/doc/1104364/

                indiankanoon.org/doc/167767/

Subscribe

National International State Sports Entertainment