ମଦ୍ୟପାନ ପ୍ରସଙ୍ଗରେ ଚର୍ଚ୍ଚାରେ ନବୀନ ! ଦାମଙ୍କ ପୁରୁଣା ଉକ୍ତିରେ ମୋହର ଲଗାଇଲେ ରୁବେନ୍, ପୁସ୍ତକ ଖୋଲିଲା ନବୀନଙ୍କ ବ୍ରାଣ୍ଡେଡ ମଦର ରହସ୍ୟ
Khabar Odisha:Naveen-Pattnaik-Drinks-The-Famous-Grouse-Ruben-Banarjee

 ଭୁବନେଶ୍ୱର, ୫ ଅଗଷ୍ଟ (ଖବର ଓଡିଶା)-ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ  । ମଦ୍ୟପାନ ସେ କରନ୍ତି କି ନାହିଁ ଏହାକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା  । ବିଗତ ଦିନରେ ଏହି ପ୍ରସଙ୍ଗରେ ତାଙ୍କର ମନ୍ତ୍ରୀମଣ୍ଡଳରେ ସଦସ୍ୟ ଥିବା ବରିଷ୍ଠ ନେତା ତଥା ବର୍ତମାନ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ ଖୋଲାଖୋଲି ଗଣମାଧ୍ୟମରେ ସାମ୍ବାଦିକଙ୍କ ପ୍ରଶ୍ନରର ଉତ୍ତରରେ କହିଥିଲେ ମୁଖ୍ୟମନ୍ତ୍ରୀ ଆଗରୁ ମଦ ପିଉଥିଲେ  । ତାଙ୍କ ସ୍ୱାସ୍ଥ୍ୟ ଖରାପ ପାଇଁ ସେ ଆଉ ମଦ ଛୁଉଁ ନାହାନ୍ତି  । ଜଣେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏପରି କଥା କହିବା ଠିକ୍ ନୁହେଁ ବୋଲି କହିଥିଲେ ଶ୍ରୀ ରାଉତ  । ତେବେ ଶ୍ରୀ ରାଉତଙ୍କ ଉକ୍ତି ସହ ମୁଖ୍ୟମନ୍ତ୍ରୀ ଯେ ବ୍ରାଣ୍ଡେଡ ମଦ ପିଅନ୍ତି ସେଥିରେ ମୋହର ଲଗାଇଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ  ।

ସାମ୍ବାଦିକ ଶ୍ରୀ ବାନାର୍ଜୀ ନବୀନଙ୍କର ଅତି ନିକଟତର ଭାବେ ବେଶ ଜଣାଶୁଣା ଥିଲେ  । ତାଙ୍କ ସହ ବସାଉଠା ଠାରୁ ଆରମ୍ଭ କରି ତାଙ୍କ ସହ ବୁଲିବାରେ ମଧ୍ୟ ସେ ସାମିଲ ହେଉଥିଲେ  । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଲୋକାର୍ପଣ ହେଉଥିବା ବେଳେ ପୁସ୍ତକ କିନ୍ତୁ ବଜାରରେ ଉପଲବ୍ଧ ହୋଇଛି  । ଶ୍ରୀ ବାନାର୍ଜୀଙ୍କ ଏପରି ଲେଖାକୁ ନେଇ ରାଜ୍ୟରାଜନୀତିରେ  ମୃଦ୍ୟୁ କମ୍ପନ ଦେଖାଦେଇଛି  । ଶ୍ରୀ ବାନାର୍ଜୀ ତାଙ୍କ ପୁସ୍ତକରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଯେଉଁ ମଦ୍ୟପାନ କରନ୍ତି ତାହାର ନାମ ଫେମସ ଗ୍ରଜର୍ସ  ।

ଜଣେ ବରିଷ୍ଠ ସାମ୍ବାଦିକଙ୍କ ଏହି ପୁସ୍ତକ ଲେଖାରେ ନବୀନଙ୍କର ବହୁ କଥା ଉଲେଖ ଥିବା ବେଳେ ଏବେ ଏପରି ଚର୍ଚ୍ଚା ଲୋକଲୋଚନକୁ ଆସିବା ପରେ ନବୀନଙ୍କ ଅସଲମୁଖା ପଦାକୁ ଆସିଛି ସାଧାରଣରେ ଆଲୋଚନା ହେଉଛି  ।

ଏନେଇ ଶ୍ରୀ ବାନାର୍ଜଙ୍କୁ ଯୋଗାଯୋଗ କରିବାରୁ ଏହା ଉପରେ ଖବରଓଡିଶାକୁ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ନବୀନ ମଦ୍ୟପାନ କରନ୍ତି  । ବିଜୁ ଜନତା ଦଳର ସମ୍ବିଧାନରେ କୌଣସି ସଦସ୍ୟ ମଦ୍ୟପାନ କରିପାରିବେ ନାହିଁ ବୋଲି ଉଲେଖ ରହିଛି  । ମଦ୍ୟପାନ ଏକ ବ୍ୟକ୍ତିଗତ ବ୍ୟାପାର ହୋଇଥିଲେ ମଧ୍ୟ ବିଜେଡି ସମ୍ବିଧାନ ପରିପ୍ରେକ୍ଷୀରେ ଏହି ପୁସ୍ତକରେ ସେ ତାହା ଉଲେଖ କରିଥିବା ପ୍ରକାଶ କରିଛନ୍ତି  ।

Subscribe

National International State Sports Entertainment