ଶୁଆ ପ୍ରତି ମାଲିକଙ୍କ ବିରଳ ଭଲପାଇବା, ଅନ୍ତିମ ସଂସ୍କାର କଲେ ଓ ଭୋଜି ଦେଲେ
Khabar Odisha:Man-Organised-A-Havan-And-Bhoj-After-His-Parrot-Died
ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡିଶା)

ଭଲପାଇବା ମଣିଷର ସ୍ୱଭାବିକ ଗୁଣ କିନ୍ତୁ କେହି ପୋଷା ପଶୁ ପକ୍ଷୀଙ୍କ ପାଇଁ ଯେ, ଶୁଦ୍ଧିକ୍ରିୟା କରିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ୟୁପିରେ ଅମରାହୋରେ ମଣିଷ ଏବଂ ପକ୍ଷୀ ଭିତରେ ଥିବା ଭଲପାଇବା ଏବେ ଦେଥିବାକୁ ମିଳିଛି । ଏଠାରେ ଏକ ବ୍ୟକ୍ତି ନିଜ ଶୁଆକୁ ଏମିତି ଭଲ ପାଆନ୍ତି କି ଶୁଆଟି ମରିବା ପରେ ଉକ୍ତ ବ୍ୟକ୍ତି ଜଣକ ହିନ୍ଦୁ ରୀତି ନିତୀ ଅନୁସାରେ ଅନ୍ତିମ ସସ୍କାର କରାଯାଇଛି । 

ଅମରାହୋର ହସନପୁରରେ ରହୁଥିବା ଶିକ୍ଷକ ପଙ୍କଜ କୁମାର ମିତଲଙ୍କ ଶୁଆର ମୃତ୍ୟୁ ମାର୍ଚ୍ଚ ୫ ତାରିଖରେ ହୋଇଥିଲା ଶୁଆ ପ୍ରତି ନିଜର ଭଲପାଇବା ଜଣାଇ ପଙ୍କଜ ରବିବାର ଦିନ ଶୁଆର ଆତ୍ମାର ଶାନ୍ତି ପାଇଁ ହୋମ ଓ ଭୋଜି କରିଥିଲେ । 

ପଙ୍କଜ କହିଛନ୍ତି କି ପାଂଚ ବର୍ଷ ପୂର୍ବେ ସେ ଏହି ଶୁଆକୁ ପୋଷ୍ୟଭାବେ ଗ୍ରହଣ କରିଥିଲେ । କାରଣ ସେ ଉଡି ପାରୁନଥିଲା । ତା ଗୋଡ ଖଣ୍ଡିଆ ହୋଇଯାଇଥିଲା । 

ପଙ୍କଜ ଆହୁରି ମଧ୍ୟ କହିଛନ୍ତି  କି ସେ ଏହି ଶୁଆକୁ ନିଜ ଝିଅ ଭଳି ପାଳିଥିଲେ । ମିତଲ ପରିବାର ଶୁଆ ମରିବା ପରେ ଶୁଆଟିର ଅନ୍ତିମ ସସ୍କାର  କରିଥିଲେ । ହିନ୍ଦୁ ରୀତି ନୀତି ଅନୁସାରେ ଗଙ୍ଗା ଘାଟରେ ଶୁଆଟିର କ୍ରିୟା କର୍ମ କରିଥିଲେ । ଖାଲି ସେତିନି ନୁହେଁ ଶୁଆ ପାଇଁ ପ୍ରାଥନା ସଭା ମଧ୍ୟ କରିଥିଲେ ଓ ଲୋକମାନଙ୍କୁ ଭୋଜି ମଧ୍ୟ ଦେଇଥିଲେ । 

  • Tags:

Subscribe

National International State Sports Entertainment