ମୋଦିଙ୍କ ମିଶନକୁ ସଫଳ କରୁଛନ୍ତି ନବୀନ !
Khabar Odisha:Congress-Mukt-Bharat-Narendra-Modi-Naveen-Pattnaik

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଗୋଟିଏ ଆହ୍ୱାନ ଦେଇଥିଲେ “କଂଗ୍ରେସ ମୁକ୍ତ ଭାରତ” । ରାଜ୍ୟରେ ଏବେ ବିଜେଡି ଏବଂ ବିଜେପି ପରସ୍ପର ବିରୋଧରେ ଲଢେଇ କରୁଛନ୍ତି ହେଲେ  ମୋଦିଙ୍କର ଏହି ଆହ୍ୱାନକୁ କିନ୍ତୁ ଆଗେଇ ନେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । “କଂଗ୍ରେସ ମୁକ୍ତ ଭାରତ”ର ଆହ୍ୱାନ ଆଧାରରେ ନବିନ “କଂଗ୍ରେସ ମୁକ୍ତ ଓଡିଶା”କୁ ସଫଳ କରିବାରେ ଲାଗିଛନ୍ତି ।

“କଂଗ୍ରେସ ମୁକ୍ତ ଓଡିଶା”ର ପ୍ରଥମ ସୋପାନ ଭାବେ “କଂଗ୍ରେସ ମୁକ୍ତ ଗଂଜାମ”ର କାମ ସରିଗଲାଣି । କାରଣ ଆଉ ଏବେ ଗଂଜାମ ଯାହା ଦିନେ କଂଗ୍ରେସର ଅଭେଦ୍ୟ ଦୁର୍ଗ ଥିଲା ଏଠି ଏବେ ପରିସ୍ଥିତି ଏପରି ହୋଇଛିକି କଂଗ୍ରେସର ବିଧାୟକ ପାର୍ଥୀ ହେବାପାଇଁ ନେତା ମିଳିବେ କି ନାହିଁ ତାହା ସନ୍ଦେହରେ । ଗଂଜାମର ଟାଣୁଆ ନେତା ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା ବିଜେଡିରେ ଯୋଗ ଦେଇସାରିଥିବାବେଳେ ଏବେ ସାନଖେମୁଣ୍ଡିର ରମେଶ ଜେନା ମଧ୍ୟ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି । 

ଖାଲି ଗଂଜାମ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ସେଇ ସମାନ ସ୍ଥିତି । ଆଉ ଏହି ତାଲିକାରେ ଅଛନ୍ତି ଅନେକ ବଡ ବଡ କଂଗ୍ରେସ ନେତା । ୨୦୧୪ ନିର୍ବାଚନ ପୁର୍ବରୁ କଂଗ୍ରେସର ବିରୋଧୀ ଦଳର ନେତା ଭୁପିନ୍ଦର ସିଂ ଆସି ବିଜେଡିରେ ଯୋଗ ଦେଇଥିଲେ । ଆଉ ୨୦୧୯ ନିର୍ବାଚନ ପୁର୍ବରୁ ସେପରି କିଛି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଖାଲି ବିରୋଧୀ ଦଳ ନେତା ଏକା ନୁହେଁ ଜୟପୁର ବିଧାୟକ ତାରା ବାହିନିପତି, ଝାରସୁଗୁଡା ବିଧାୟକ ନବ ଦାସ, ନବରଙ୍ଗପୁରର ପୁର୍ବତନ ସାଂସଦ ପ୍ରଦୀପ ମାଝୀ, କଳାହାଣ୍ଡିର ଟାଣୁଆ କଂଗ୍ରେସ ନେତା ଭକ୍ତ ଦାସ, ପୁର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ଜଗତସିଂହପୁରର ବିଶ୍ୱାଳ ଭ୍ରାତାଦ୍ୱୟ ମାନେ ସମୟ କ୍ରମେ ନବିନ ବାବୁଙ୍କର ବିକାଶମୁଳକ କାର୍ଯ୍ୟକ୍ରମକୁ ଭଲପାଇବେ ବୋଲି ଶୁଣାଯାଉଛି ।

Subscribe

National International State Sports Entertainment