ଓଡିଶାରେ ରକ୍ତ ଦୁର୍ନୀତି “ରକ୍ତ ଦାନ ମହତ କାମ” ନାଁରେ ଲୁଟ ହେଉଛି ରକ୍ତ
Khabar Odisha:Blood-Bank-Scam-Odisha-Blood-Donation-Camp

 ରକ୍ତ ଦାନ ମହତ କାମ ନାଁରେ ଆଦାୟ ହେଉଥିବା ରକ୍ତ ଯାଉଛି କେଉଁ ଆଡେ । ବିଭିନ୍ନ ବ୍ଲଡ ଡୋନେସନ କ୍ୟାମ୍ପରେ ଆଦାୟ ହେଉଥିବା ରକ୍ତ ସବୁ କେଉଁଠି ଲାଗୁଛି । ନା ସରକାର ନା କେଉଁ ସ୍ୱତନ୍ତ୍ର ସଂସ୍ଥା କାହା ପାଖରେ ଏହାର କିଛି ହିସାବ ଅଛି । ରକ୍ତ ଦାନ ନାଁରେ ଆଦାୟ ହୋଇଥିବା ସବୁ ରକ୍ତ ରୋଗୀଙ୍କୁ ମାଗଣାରେ ଦିଆଯାଉଛି ନାଁ ତାକୁ ଚଢା ଦରରେ ବିକ୍ରି କରାଯାଉଛି ତାହା ଏବେ ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ।

ରାଜ୍ୟରେ ଏକ ନିିର୍ଦ୍ଧିଷ୍ଟ ସାମାଜିକ ସଙ୍ଗଠନ ଓ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସାରା ରାଜ୍ୟରେ ରକ୍ତ ଦାନ କାର୍ଯ୍ୟକ୍ରମ କରିଥିଲେ । ସାରା ରାଜ୍ୟରୁ ଲକ୍ଷ ଲକ୍ଷ ୟୁନିଟ ବ୍ଲଡ ସଂଗୃହିତ ହୋଇଥିଲା । ହେଲେ ସେହି ସବୁ ରକ୍ତ କୁଆଡେ ଗଲା ତାହା ଏବେ ସନ୍ଦେହରେ । ରାଜ୍ୟରେ ରକ୍ତ ଲୁଟର ଯେ ଏକ ର‌୍ୟାକେଟ ଚାଲୁଛି ଏକଥା ଆଉ କାହାକୁ ଅଛପା ନାହିଁ ।

ସାଧାରଣତଃ ସଂଗୃହିତ ରକ୍ତକୁ ସର୍ବାଧୀକ ୪୫ ଦିନ ପର୍ଯ୍ୟନ୍ତ ସରଂକ୍ଷିତ କରାଯାଇପାରେ । ୪୫ ଦିନ କିଛି କମ ସମୟ ନୁହେଁ । ୪୫ ଦିନ ଭିତରେ ନିଶ୍ଚିନ୍ତ ଭାବେ କାହାର ନା କାହାର ରକ୍ତ ଆବଶ୍ୟକତା ପଡିଥିବ । ହେଲେ ଯେଉଁ ସରକାରୀ ଡାକ୍ତରଖାନାକୁ ଯାଆନ୍ତୁ ଯଦି ଆପଣଙ୍କର ବା ଆପଣଙ୍କର ସର୍ମ୍ପକୀୟଙ୍କ ଚିକିସ୍ତ୍ରା ପାଇଁ ରକ୍ତ ଦରକାର ପଡେ ତାହେଲେ ଆପଣଙ୍କୁ ବ୍ଲଡ ବ୍ୟାଙ୍କ ଅଫିସର ସବୁବେଳେ ଗୋଟିଏ କଥା କହିବେ ଆପଣ ନିଜେ ରକ୍ତ ଯୋଗାଡ କରନ୍ତୁ । ଖୁବ ବେଶୀରେ ବ୍ଲଡ ବ୍ୟାଙ୍କ ଆପଣଙ୍କୁ ଏତିକି ସାହାଯ୍ୟ କରିପାରନ୍ତି ଯଦି ଦରକାର ଗ୍ରୁପର ରକ୍ତ ଆପଣ ଯୋଗାଡ କରିନପାରିବେ ତାହେଲେ ଆପଣ ଯେକୌଣସି ଗ୍ରୁପର ରକ୍ତ ଆଣନ୍ତୁ ଆପଣଙ୍କୁ ତାବଦଳରେ ଯାଇକି ରକ୍ତ ମିଳିବ । ଘରୋଇ ଡାକ୍ତରଖାନାରେ ବି ସେଇ ସମାନ ଅବସ୍ଥା । ହେଲେ ଯଦି ଆପଣ ଯଦି ଧନୀ ଶ୍ରେଣିର ବା ସମ୍ବ୍ରାନ୍ତ ପରିବାରର ଲୋକ ହୋଇଥାନ୍ତି ତାହେଲେ ଆପଣଙ୍କୁ ତୁରନ୍ତ ରକ୍ତ ମିଳିଯିବ ଘରୋଇ ଡାକ୍ତରଖାନାରେ । ଆଉ ତାବଦଳରେ ମେଡିକାଲ ବିଲରେ ରକ୍ତ ବାବଦରେ ରୋଗୀଙ୍କୁ ଦେବାକୁ ପଡିବ ମୋଟା ଅର୍ଥ ।

 

ଅନେକ ସାମାଜିକ ସଙ୍ଗଠନ ଏବଂ ବିଭିନ୍ନ ସ୍ୱେଛାସେବୀ ନିଜର ପରିଶ୍ରମ ବଦଳରେ ରକ୍ତ ସଂଗ୍ରହ କରନ୍ତି । ହେଲେ ଏହାର ଲାଭ ଗରୀବ ଲୋକଟିଏ ପାଇାପାରୁନାହିଁ । ଏପରିକି ରାଜ୍ୟ ସରକାର କରିଥିବା ନିଜର ସରକାରୀ େଓବସାଇଟରେ ମଧ୍ୟ ବ୍ଲଡ ବ୍ୟାଙ୍କ ସମ୍ବଦ୍ଧରେ ଯେଉଁ ତଥ୍ୟ ଅଛି ତାହା ବି ଭୁଲ । େଓବସାଇଟରେ ଯେଉଁ ବ୍ଲଡ ଗ୍ରୁପର ରକ୍ତ ସେଠାରେ ଉପଲବଧ ଅଛି ବୋଲି କୁହାଯାଉଛି ବାସ୍ତବରେ କିନ୍ତୁ ସେହି ବ୍ଲଡ ବ୍ୟାଙ୍କର ଅଧୀକାରି ସଫା ସଫା ମନାକରୁଛନ୍ତି ଯେ ସେହି ବ୍ଲଡ ଗ୍ରୁପର ରକ୍ତ ନାହିଁ । ସେହି ଘଟଣାରେ େଓବସାଇଟର ତଥ୍ୟ ଭୁଲ ନା ବ୍ଲଡ ବ୍ୟାଙ୍କର ଅଧୀକାରିଙ୍କ ତଥ୍ୟ ଭୁଲ ତାହା ବି ସ୍ପଷ୍ଟ ଜଣାପଡୁନି । କିଛି ଘରୋଇ ସାମାଜିକ ସଙ୍ଗଠନ ମଧ୍ୟ ରକ୍ତ ଦାନର ବିଭିନ୍ନ େଓବସାଇଟ ଖୋଲିଛନ୍ତି ହେଲେ ସେଠାରେ ଥିବା ବ୍ୟବସ୍ଥା ଆହୁରି ଭୟଙ୍କର । ସେଠାରେ କେବଳ ରକ୍ତ ଗ୍ରହଣ କରିବା ଏବଂ ରକ୍ତ ଦାନ କରୁଥିବା ଲୋକମାନଙ୍କର ତଥ୍ୟ ଅଛି ହେଲେ ସେହି ସାମାଜିକ ସଙ୍ଗଠନ ନିଜେ ସଂଗୃହିତ କରିଥିବା ରକ୍ତ ସବୁ କେଉଁଠି ବ୍ୟବହୃତ ହେଲା ଏବଂ ତାକୁ ନେଇଥିବା ରୋଗୀଙ୍କ ନାଁ କଣ ତାହା ନାହିଁ । ସରକାର ଯଦି ତୁରନ୍ତ ଏହି ରକ୍ତ ଦାନ ମହତ କାମ ନାଁରେ ଚାଲୁଥିବା ଲୁଟ ଉପରେ ଅଙ୍କୁଶ ନଲଗାନ୍ତି ତାହେଲେ ଆଗାମୀ ଦିନରେ ଲୋକମାନେ ସ୍ୱେଛାକୃତ ଭାବେ ରକ୍ତ ଦାନ କରିବା ଆଗରୁ ଦୁଇ ଥର ନିଶ୍ଚୟ ଭାବିବେ ।

Subscribe

National International State Sports Entertainment