ବିବାହ କରିବାର ସାତ ଘଣ୍ଟାରେ ଭାଙ୍ଗିଲା ସଂପର୍କ, ଦେଖନ୍ତୁ କଣ ରହିଛି ଏହାର କାରଣ
Khabar Odisha:AjabKhabar-Odisha-couple-divorced-after-one-hour-of-marriage-in-gondal-ahmedabad
ଭୁବନେଶ୍ୱର ,ଫେବୃଆରୀ ୦୧(ଖବର ଓଡ଼ିଶା):

 ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଏ ଯାହାକୁ ନେଇ ସାତ ଜନ୍ମ ଯାଏ ସାଥିରେ ରୁହନ୍ତି ପତିପତ୍ନୀ । କିନ୍ତୁ ଗୁଜୁରାଟର ଅହମ୍ମଦାବାଦରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ବିବାହ ସାତ ଜନ୍ମ ଦୂରର କଥା ସାତ ଘଣ୍ଟା  ମଧ୍ୟ ରହିପାରିଲାନି । ବରକନ୍ୟା ସାତ ଘେରା ନେବା ପରେ ହିଁ ତାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ଏହାର କାରଣ ନିହାତି ବିଚିତ୍ର ଅଟେ ।

ସୂଚନା ମୁତାବକ , ଅହମ୍ମଦାବାଦର ଗୋନଡ଼ଲରେ ଧୁମଧାମରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଦୁଇ ପକ୍ଷ ଲୋକ ମଧ୍ୟ ଖୁସି ଥିଲେ । ବରକନ୍ୟା ସାତ ଘେରା ବୁଲି ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଶପଥ ନେଇଥିଲେ । ବାହାଘର ସରିବା ପରେ ଦୁଇ ପକ୍ଷର ଲୋକ ଏକାଠି ଭୋଜି ଖାଇବାକୁ ଗଲେ । କିଛି ଘଟଣାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରସ୍ପର ମଧ୍ୟରେ ବାସନ ଫୋପଡ଼ା ଫୋପାଡ଼ି ହେଲେ । ଏହି ଭୟଙ୍କର ଝଗଡ଼ା ପରେ ପୋଲିସ ଆସିବାରୁ ଝଗଡ଼ା ବନ୍ଦ ହୋଇଥିଲା। ମାତ୍ର ବରକନ୍ୟାଙ୍କ ମଧ୍ୟରେ ସମ୍ପର୍କରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଗଲା । ସେହି ସମୟରେ ହିଁ ବରକନ୍ୟା ପକ୍ଷରୁ ଓକିଲ ଡ଼କାଇ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର କରାଇ ଦେଇଥିଲେ । ବରଟି କନ୍ୟାକୁ ନନେଇ ହିଁ ଫେରିଗଲେ ।

Subscribe

National International State Sports Entertainment