ଉଦାହରଣ ସୃଷ୍ଟି କଲେ ଆଇଏଏସ ଅଧିକାରୀ: ପୁଅର ବିବାହରେ ଲକ୍ଷାଧିକ ନୁହଁ, ଖର୍ଚ୍ଚ କରିବେ ୧୮ହଜାର ଟଙ୍କା
Khabar Odisha:Ajab-khabar-Odisha-Ias-officer-to-spend-just-rs-18k-on-sons-wedding
ବିଶାଖାପାଟନମ ,ଫେବୃଆରୀ ୦୮(ଖବର ଓଡ଼ିଶା):

 ଏହି ଯୁଗରେ ସାଧାରଣ ପରିବାରର ଲୋକ ମଧ୍ୟ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆନ୍ଧ୍ରପ୍ରଦେଶର ଜଣେ ଆଇଏଏସ ଅଧିକାରୀ ନିଜ ପୁଅର ବିବାହ କାର୍ଯ୍ୟରେ କେବଳ ୧୮ହଜାର ଟଙ୍କା ଖର୍ଚ୍ଚ କରିବେ। ଉକ୍ତ ଅଧିକାରୀଙ୍କ ନାମ ବସନ୍ତ କୁମାର। କେବଳ ଏତିକି ନୁହଁ ସେ ନିଜର ବାହାଘରରେ ମାତ୍ର ଅଢେଇ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ମୋଟ୍ରୋପଲିଟାନ ଡେଭେଲପମେଣ୍ଟ ଅଥୋରିଟିର ଅଧ୍ୟକ୍ଷ ପଟନାଲା ବସନ୍ତ କୁମାର ନିଜ ପୁଅର ବିବାହ ଉତ୍ସବରେ ମାତ୍ର ୧୮ ହଜାର ଟଙ୍କା ଖର୍ଚ୍ଚ କରିବେ । ତାଙ୍କ ପୁତ୍ରଙ୍କ ବିବାହ ଫେବୃଆରୀ ୧୦ତାରିଖରେ ହେବ । ତାଙ୍କ ପୁଅ ଅଭିନବ ଜଣେ ବ୍ୟାଙ୍କ ମ୍ୟାନେଜର ଥିବା ବେଳେ ବୋହୁ ଲାବନ୍ୟା ପେଶାରେ ଜଣେ ଡାକ୍ତର । ସେ ସିଓଆଇ ସହ ବାର୍ତ୍ତାଳାପରେ କହିଛନ୍ତି ଯେ , ଏହା ତାଙ୍କ ସହଯୋଗୀ , ରାଧା ସ୍ୱାମୀ ସଙ୍ଘର ସଦସ୍ୟଗଣ ଓ ଅନ୍ୟ ଲୋକଙ୍କ ସହଯୋଗରେ ସମ୍ଭବ ହୋଇଛି ।

ରାଧା ସ୍ୱାମୀ ସଙ୍ଘର ଅନୁସରଣକାରୀ ହୋଇଥିବାରୁ ସେ ପୁଅ ବିବାହ ଉତ୍ସବରେ ୧୮ ହଜାର ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ । ତେଣୁ ଏହି ୧୮ ହଜାର ଟଙ୍କା ବର ଓ କନ୍ୟା ଉଭୟ ପକ୍ଷର ପରିବାର ବହନ କରିବ । ଏଥିରେ ଭୋଜି ଖର୍ଚ୍ଚ ମଧ୍ୟ ସାମିଲ ରହିଛି । ଦୁଇ ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ଵ ଅତିଥି ହେବେ ନାହିଁ । ଖାଦ୍ୟପେୟରେ ପ୍ଲେଟ ପିଛା ୧୫ରୁ ୨୦ଟଙ୍କା ଖର୍ଚ୍ଚ ହେବ ।

ସେହି ୧୮ହଜର ଟଙ୍କା ମଧ୍ୟରୁ ହିଁ ପୂଜାରୀକୁ ଏକ ହଜାର ଟଙ୍କା ଦକ୍ଷିଣା ଦିଆଯିବ ।  ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜ୍ୟପାଳ ଇଏସଏଲ ନରସଂହ ଶୁକ୍ରବାର ଦିନ ଏହି ବିବାହରେ ବରବଧୂଙ୍କୁ ଆଶୀର୍ବାଦ ଦେବେ । ବସନ୍ତ କୁମାର ୨୦୧୭ ମସିହାରେ ନିଜ ଝିଅର ବିବାହରେ ମଧ୍ୟ ଏପରି ସରଳ ଓ ସୁନ୍ଦର ଭାବରେ କେବଳ ୧୬,୧୦୦ଟଙ୍କାରେ କରିଥିଲେ ।

Subscribe

National International State Sports Entertainment