ଦୁନିଆର ସବୁଠାରୁ ମୋଟା ପିଲାଙ୍କ ମଧ୍ୟରେ ସୁମନ ଜଣେ, ଅଳ୍ପ ବସୟରେ ଓଜନ ୯୨ କିଲୋ
Khabar Odisha:Ajab-Khabar-Odisha-this-baby-is-one-of-the-worlds-most-fat-children-its-weight
କୋଲକାତା , ଫେବୃଆରୀ ୦୬(ଖବର ଓଡ଼ିଶା):

ଆସନ୍ତୁ ଆମେ ଜାଣିବା ଦୁନିଆର ସବୁଠାରୁ ମୋଟା ପିଲାଙ୍କ ମଧ୍ୟରେ ପରିଗଣିତ ହେଉଥିବା ଗୋଟିଏ ପିଲାଟିର କଥା ବିଷୟରେ । ଯାହାଙ୍କ ଘର ପଶ୍ଚିମବଙ୍ଗର ସୁମନ ଖାତୁନ । ପିଲାଟିର ଓଜନ ୯୨ କିଲୋ ।

ପଶ୍ଚିମବଙ୍ଗରେ ରହୁଥିବା ସୁମନ ଖାତୁନ ନାମକ ଏହି ବାଳିକା ଗୋଟିଏ ସପ୍ତାହରେ ୧୮୦ ଟି କଦଳୀ , ୮କିଲୋ ଆଳୁ ଓ ୧୪ କିଲୋ ଚାଉଳର ଭାତ ଖାଇଥାନ୍ତି।। ତାର ଓଜନ ୯୨ କିଲୋ ହୋଇଥିବା ସହ ସେ ଦୁନିଆର ସବୁଠାରୁ ମୋଟା ପିଲାଙ୍କ ମଧ୍ୟରେ ଜଣେ । ତାଙ୍କୁ ଭୋକ ଏତେ ଜୋରରେ ହୁଏ ଯେ ସେ ଦିନସାରା ଖାଇବାରେ ଲିପ୍ତ ରହିଥାଏ । ସେ ବଙ୍ଗାଳୀ ହୋଇଥିବାରୁ ତାକୁ ଛେନା ଓ ଛେନାରେ ତିଆରୀ ମିଠା ବହୁତ ପସନ୍ଦ ।

 ସୁମନ ଏତେ ମୋଟା ହୋଇଛି ଯେ ତାକୁ ନିଜ ଜୀବନଯାପନରେ ମଧ୍ୟ ବସିବା ଶୋଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଝିଅଟିର ମାଁ ମିନ୍ନୋ ଦେବୀ ପିଲାର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି । ତାଙ୍କ କହିବାନୁଯାୟୀ ଝିଅକୁ ଭୋକ ଅଧିକ ହୋଇଥାଏ । ଏହି ମୋଟାପଣର କିଛି ଉପଚାର ଖୋଜୁଛନ୍ତି ସୁମନଙ୍କ ମାଁ । ଆଗାମୀ ଦିନରେ ଝିଅକୁ ଯେପରି ସୁଗର କିମ୍ବା ହୃଦରୋଗ ନ ହୋଇଯାଏ ସେ ନେଇ ସେ ଚିନ୍ତା କରୁଛନ୍ତି ।

Subscribe

National International State Sports Entertainment