ଭାଇରାଲ ହେଉଛି ଅଗ୍ନିବେଶଙ୍କର ତିରୁପତି, ପଶୁପତିନାଥ, ଅମରନାଥଙ୍କୁ ମିଛ ଆଉ ଅନ୍ଧବିଶ୍ୱାସ କହିଥିବାର ଭାଷଣ
Khabar Odisha:Agnivesh-Video-Anti-Hindu

ଝାଡଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ମାଡ ହେବାପରେ ଏବେ ସ୍ୱାମୀଜିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସେହି ଭିଡିଓରେ ଅଗ୍ନିବେଶ କହୁଛନ୍ତି ତିରୁପତି, ପଶୁପତିନାଥ ଆଦି ମନ୍ଦିର ହେଉଛି ମିଛ ଏବଂ ଅନ୍ଧବିଶ୍ୱାସର ପ୍ରତୀକ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପଶୁପତି ନାଥ ମନ୍ଦିର ଏବଂ ଢାକାର ଢାକେଶ୍ୱରି ମନ୍ଦିର ଯିବାକୁ ସେ ସମାଲୋଚନା କରି କହିଛନ୍ତି ଏହା ହେଉ ଦେଶର ସମ୍ବିଧାନର ପରିପନ୍ଥୀ ।

ଖାଲି ସେତିକି ନୁହେଁ ସେ କହୁଛନ୍ତି କି ଅମରନାଥ ଯାତ୍ରାର କିଛି ଆବଶ୍ୟକତା ନାହିଁ ଏହାକୁ ବନ୍ଦ କରିବା ଦରକାର । ବରଫ ଜମା ହେବା ଏକ ସାଧାରଣ କଥା ଯାହାକୁ ଲୋକ ଭଗବାନ ବୋଲି କହୁଛି । ଏହି ଯାତ୍ରାରେ ସରକାରଙ୍କର ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି ଯାହାର କୌଣସି ଯଥାର୍ଥତା ନାହିଁ ।


ସ୍ବାମୀ ଅଗ୍ନିବେଶଙ୍କର ଏପରି ଅନେକ ଭିଡିଓ ଅଛି ଯେଉଁଥିରେ ହିନ୍ଦୁ ଦେବା ଦେବୀଙ୍କୁ ପାଖଣ୍ଡି କହିଛନ୍ତି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ କି ସ୍ୱାମୀ ଅଗ୍ନିବେଶ ଗତକାଲି ଝାରଖଣ୍ଡରେ କିଛି ଲୋକ ମାଡ ମାରିଥିଲେ । ଏହି ପ୍ରକାର ମାଡ ମାରିବାକୁ ଦେଶରେ ସବୁ ସ୍ତରରେ ନିନ୍ଦା କରାଯାଇଛି । 

Subscribe

National International State Sports Entertainment