ହିନ୍ଦୁସ୍ଥାନ ବିଭାଜନବେଳର ଅନ୍ଧାର ଘେରରେ ରହିଯାଇଥିବା ୯ଟି କଥା !
Khabar Odisha:9-Shocking-Facts-About-The-Partition

 ସ୍ୱାଧୀନତାର ୭୦ ତମ ବର୍ଷ ପରେ ମଧ୍ୟ୍ୟ ଭାରତ ଓ ପାକିସ୍ଥାନ ବିଭାଜନ , ସୀମା ନିରନ୍ତ୍ରଣ ,ଏବଂ  ସ୍ୱାଧିନତା ସମ୍ପର୍କରେ ଏମିତି କିଛି ତଥ୍ୟ ଅଛି ଯାହା ଆଜିବି ଅନେକ ଲୋକ ଜାଣି ନାହାନ୍ତି  । ବିଭାଜନର ସେହି କଳା ଇତିହାସକୁ  ପ୍ରତ୍ୟେକଟି ଭାରତୀୟ ନାଗରିକ ଜାଣିବା ଓ ବୁଝିବା ଦରକାର  ।

ଦେଖନ୍ତୁ ସେମିତିକିଛି ଲୁଚିଯାଇଥିବା ଗୁରୁତ୍ୱପୁର୍ଣ୍ଣ କଥା  ।

ସାଇରିଲ ରେଡ୍କ୍ଲିଫ୍  ହିନ୍ଦୁସ୍ଥାନ ବିଭାଜନର ଦାୟିତ୍ୱଭାର ଗ୍ରହଣ କରିଥିଲେ ଏବଂ ସେ ଭାରତ ଆଉ ପାକିସ୍ଥାନର ସୀମାର ରୂପରେଖ ଦେଇଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସାଇରିଲ ରେଡ୍କ୍ଲିଫଙ୍କୁ  ହିନ୍ଦୁସ୍ଥାନର ଭୈାଗଳିକ ଜ୍ଞାନ କିଛି ବି ଜଣା ନଥିଲା ।

ହିନ୍ଦୁସ୍ଥାନର ବିଭାଜନ ହେଉଛି  ପୃଥିବୀ ଇତିହାସର ସବୁଠାରୁ ବଡ ଐତିହାସିକ ମାନବିକ ବିସ୍ଥାପନ ।
ମାଂଉଟ ବ୍ୟାଟେନଙ୍କ  ବ୍ୟକ୍ତିଗତ ସ୍ୱାର୍ଥ ପାଇଁ  ପାକିସ୍ଥାନରେ ଅଗଷ୍ଟ ୧୪ ଏବଂ ଭାରତରେ  ଅଗଷ୍ଟ ୧୫ ରେ ସ୍ୱାଧିନତା ଦିବସ ପାଳନ ହେଇଥିଲା କାରଣ ସେ ବ୍ୟକ୍ତିଗତ ଭାବେ ପାକିସ୍ଥାନ ଏବଂ ଭାରତର ସ୍ୱାଧିନତା ଦିବସରେ ଯୋଗଦେବାକୁ ଇଛା ପ୍ରକାଶ କରିଥିଲେ  ।
ଜାତିର ପିତା ମହାତ୍ମା ଗାନ୍ଧୀ ବିଭାଜନ ସମୟରେ ଦିଲ୍ଲୀ  ଉପସ୍ଥିତ ନଥିଲେ । ସେ ୧୯୪୭, ୧୫ ଅଗଷ୍ଟ ରିଖରେ କୋଲକାତାରେ ଉପସ୍ଥିତ ଥିଲେ । ସେଠାକାର ଦଙ୍ଗାକାରୀ ଏବଂ ହୁସେନ ସହୀଦ ସୁରାୱାଡିଙ୍କୁ  ସାମ୍ପ୍ରଦାୟିକ ହିଂସାକୁ ବନ୍ଦ କରିବା ପାଇଁ ଅନୁରୋଧ କରୁଥିଲେ   ।

ଅଗଷ୍ଟ ୧୪ ଓ୧୫ ରେ ସ୍ୱାଧିନତା ଘୋଷଣା କରାଯାଇଥିଲେ  ମଧ୍ୟ୍ୟ ଅଗଷ୍ଟ ୧୭ ସୁଦ୍ଧା  ଦୁଇ ଦେଶର ସୀମା  ରେଖା ନିର୍ଦ୍ଧାରଣ  ହୋଇପାରିନଥିଲା  ।

 ୧୯୪୭ ମସିହାରେ ସ୍ୱାଧୀନତା ଘୋଷଣା କରାଯାଇଥିଲା ବେଳେ ବ୍ରିଟେନର ପ୍ରଧାନ ମନ୍ତ୍ରୀ କ୍ଲିମେଂଟ ଅଟଲ୍ଲୀ ଘୋଷଣା କରିଥିଲେଯେ  ବ୍ରିଟେନ ୧୯୪୮ ସୁଧା ଭାରତ ଛାଡିଦେବ ।


ଭାରତର  ଜୋର୍ତିବିଦ୍ ମାନେ ଏକ ସୁଭ ସମୟରେ ବିଭାଜନ କଥା ଭାବୁଥିଲେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ତାରିଖ ସ୍ଥିର କରିପାରି ନଥିଲେ  ଫଳରେ ୧୫ ଅଗଷ୍ଟ ମଧ୍ୟ୍ୟରାତ୍ରୀ ରେ ବିଭାଜିତ  ହୋଇଥିଲା ।

ଜାମ୍ମୁ ଏବଂ କାଶ୍ମୀର ବିଭାଜିତ ହୋଇପାରି ନଥିଲା ।  ଏଠାରେ ଅଧିକାଂଶ ଲୋକ ମୁସଲିମ ଥିଲେ ଏବଂ ସେଠାକାର ରାଜା ହିନ୍ଦୁ ଥିଲେ । ଶେଷରେ ଜାମ୍ମୁ ଏବଂ କାଶ୍ମୀର ୧୯୪୭ ଅକ୍ଟୋବର  ରେ ଭାରତ ସହ  ମିଶିବା  ପାଇଁ ରାଜି ହୋଇଥିଲେ ।    

ବିଭାଜନ ପରେ ପାକିସ୍ଥାନ ଭାରତର ୩ ଭାଗରୁ ୧ ଭାଗ ସୈନ୍ୟ ,୬ଟି ଉନ୍ନତ ମେଟ୍ରୋ ସହରରୁ ୨ ଟି ଏବଂ ୪୦ ଭାଗ ରେଳ ପଥ ଅଧିଗ୍ରହଣ କରିଥିଲା ।

  • Tags:

Subscribe

National International State Sports Entertainment