ଭାରତୀୟ ରେଳ ବିଷୟରେ କିଛି ତଥ୍ୟ ଯାହା ଆମକୁ ଜଣା ନାହିଁ !
Khabar Odisha:10--Incredible-Facts-About-Indian-Railways

 ଭାରତୀୟ ରେଳକୁ ନେଇ ପ୍ରତ୍ୟେକ ନାଗରିକ ଗର୍ବ କରିବା ଆବଶ୍ୟକ । ହେଲେ ଭାରତୀୟ ରେଳପଥର ଏବଂ ରେଳର ଏମିତି କିଛି ତଥ୍ୟ ଅଛି ଯାହାକି ଆମେ ଜାଣି ନାହୁଁ । ଏହି ତଥ୍ୟ ଗୁଡିକୁ ଜଣିବା ନିହାତି ଦରକାର । ଦେଖନ୍ତୁ ଏଇ ଫଟୋ ଚିତ୍ରରେ ସେହିଭଳି କିଛି ଅଜଣା କଥା ।

 

ଭାରତୀୟ ରେଳପଥ ସମଗ୍ର ବିଶ୍ୱରେ ତୃତୀୟ ବୃହତମ ରେଳପଥ ଯାହ ସ୍ୱତନ୍ତ୍ର ଭାବେ ଭାରତୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏହାର ଲମ୍ବ ପ୍ରାୟ ୧୨୭୭୬୦  କିଲୋମିଟର ।


ବିଶ୍ୱର ସର୍ବ ବୃହତମ ପ୍ଲାଟଫର୍ମ ଭାରତର ଖରଗପୁରରେ ଅବସ୍ଥିତ ଯାହାର ଲମ୍ବ ୨୭୩୩ ଫୁଟ । ବର୍ତମାନ ଏହି ରେକର୍ଡ ଭାଙ୍ଗି ଭାରତୀୟ ରେଳ  ଗୋରଖପୁରରେ ୪,୪୩୦ ଫୁଟ ଦୂରତା ବିଶିଷ୍ଟ ଏକ ନୂତନ ପ୍ଲାଟଫର୍ମ ନିର୍ମାଣ କରାଯାଇଛି ।


୨ଟି ଐତିହାସିକ ରେଳପଥ ୟୁଏନଇଏସ୍ସିଓ ବିଶ୍ୱର ପ୍ରାଚିନ ଐତିହ ତାଲିକାରେ ଅଛି ଯଥା ଛତ୍ରପତି ଶିବାଜୀ ଟରମିନସ୍ ଏବଂ ଇନଡିଆନ୍ ମାଉନଟେନ ରେଲୱେ 


ଭାରତୀୟ ରେଳରେ ୫ଗୋଟି ସ୍ୱତନ୍ତ୍ର ବିଳାଶପୂର୍ଣ୍ଣ ରେଳ ଅଛି ଯାହାକି ଅତି ଆନନ୍ଦପୂର୍ଣ୍ଣ 


ରେଳରେ ସବୁଠୁ ଅଧିକ ରେଳ ପଥ ଅତିକ୍ରମ କରୁଥିବା ରେଳ  ବିବେକ ଏସ୍କପ୍ରେସ୍ ଯାହା ଦିବ୍ରୁଗଡ ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪୨୭୩ କି.ମି ପର୍ଯ୍ୟନ୍ତ ଯାଇଥାଏ  ଏବଂ ସବୁଠୁ କମ୍ ରେଳପଥ ଅତିକ୍ରମ କରୁଥିବା ରେଳ ନାଗପୁର ରୁ ଅଜନି ଯାହା ୩ କି.ମି ପର୍ଯ୍ୟନ୍ତ ଚାଲିଥାଏ ।


ନାଗପୁରରେ ଏମିତି ଏକ ରେଳ ପଥ ଅଛି ଯାହାକୁ ଡାଇମଣ୍ଡ ରେଳପଥ ଭାବରେ ନାମିତ କରାଯାଇଛି । ଏହା ରେଳପଥରେ ପୂର୍ବ,ପଶ୍ଚିମ,ଉତର ଏବଂ ଦକ୍ଷିଣ ସମସ୍ତ ଦିଗକୁ ରେଳ ଯିବାର ସୁବିଧା ଥାଏ । 


ବିଶ୍ୱରେ ସବୁଠୁ ବୃହତ ରେଳ ସେତୁ ଭାରତୀୟ ରେଳରେ ଚେନାବ ଠାରେ ନିର୍ମାଣ କରାଯାଇଛି । ଏହାର ଦୁରତା ୧୩୧୫ ମିଟର ଏବଂ ଏଥିରେ ୨୫୦୦୦ ଷ୍ଟିଲ ବ୍ୟବହାର ହୋଇଛି

 

ଭାରତର ବୃହତ ଟୋନେଲ ଜାମୁ ଏବଂ କାଶ୍ମୀରରେ ଅବସ୍ଥିତ । ଏହି ପଞୀାବ ରେଲୱେ ଟୋନେଲ ୧୧.୨୫ କିଲୋମିଟର ଦୁରତା ବିଶିଷ୍ଟ ।


ଭାରତର ବୃହତ ଯଙ୍ଗସନ ଯାହାକି କୋଲକାତାର ହାଉଡା ଯଙ୍ଗସନ ନାମରେ ନାମିତ । ଏଠାରେ ଅଦ୍ୟାବଧି ଗୋଟିଏ ଦିନରେ ୯୭୪ଟି ରେଳ ଚଳପ୍ରଚଳ କରିଥାଏ । 


ସମଗ୍ର ବିଶ୍ୱରେ ରେଳକର୍ମଚାରୀଙ୍କ ସଂଖ୍ୟାରେ ଭାରତ  ଅଷ୍ଟମ ସ୍ଥାନରେ ଅଧିକାର କରିଛି l ପ୍ରାୟ ୧ କୋଟି ୪୦ ଲକ୍ଷ ଲୋକ ରେଳକର୍ମଚାରୀ ଭାରତରେ ଅଛନ୍ତି  । ଯାହାକି ବିଶ୍ୱରେ କିଛି ଦେଶର ଜନ ସଂଖ୍ୟାଠୁ ବି ଅଧିକ  । 

  

  • Tags:

Subscribe

National International State Sports Entertainment